STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ପାଦ

ପାଦ

1 min
280

ଜୟ ଜଗନ୍ନାଥ ଜୟ ପତିତପାବନ,

ଦୀନଜନବନ୍ଧୁ ଘେନା କର ନିବେଦନ।

ଘୋର ସଂସାର ବିପତ୍ତି,

ଫେଡ଼ ମୋ ଦାରୁଣ ଦୁଃଖ ସିନ୍ଧୁସୁତା ପତି।୧।


ତବ ଅଭୟ ପାଦ' ର ଲୋଡୁଛି ଆଶ୍ରୟ,

ସେ ଅଲଭ୍ଯ ପାଦାଶ୍ରୟ ମୋ ମନେ ଶଂସୟ।

ବ୍ରହ୍ମା ନ ଲଭି ବିଷାଦ,

ଶିବ ମନ ଭୃଂଗୀ ପାଦକମଳେ ଉନ୍ମାଦ।୨।


ଯେ ପାଦୁ ନିସୃତ ପୂତ ମନ୍ଦାକିନୀ ଧାର,

ପାଦରେଣୁ ପରଶରେ ଆହଲ୍ୟା ଉଦ୍ଧାର।

ନେତି ନେତି କହେ ବେଦ,

ସେ ଦୁର୍ଲ୍ଲଭ ପାଦର ମୁଁ ପାଇବି କି ଭେଦ।୩।


ଭକତ ଭାବ ପ୍ରୀତିରେ ବନ୍ଧାଥାଅ ନିତି,

ଛନ୍ଦା ଚରଣରେ ଏଣୁ ମୋର ଅନୁରକ୍ତି।

ଦୁର୍ଗମ ଜୀବନ ପଥ,

ସୁଗମ କର ଶ୍ରୀକାନ୍ତ ହୋଇଲି ଆଶ୍ରିତ।୪।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract