Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PrasannaKumar Das

Abstract

3  

PrasannaKumar Das

Abstract

ପାଦ

ପାଦ

1 min
281


ଜୟ ଜଗନ୍ନାଥ ଜୟ ପତିତପାବନ,

ଦୀନଜନବନ୍ଧୁ ଘେନା କର ନିବେଦନ।

ଘୋର ସଂସାର ବିପତ୍ତି,

ଫେଡ଼ ମୋ ଦାରୁଣ ଦୁଃଖ ସିନ୍ଧୁସୁତା ପତି।୧।


ତବ ଅଭୟ ପାଦ' ର ଲୋଡୁଛି ଆଶ୍ରୟ,

ସେ ଅଲଭ୍ଯ ପାଦାଶ୍ରୟ ମୋ ମନେ ଶଂସୟ।

ବ୍ରହ୍ମା ନ ଲଭି ବିଷାଦ,

ଶିବ ମନ ଭୃଂଗୀ ପାଦକମଳେ ଉନ୍ମାଦ।୨।


ଯେ ପାଦୁ ନିସୃତ ପୂତ ମନ୍ଦାକିନୀ ଧାର,

ପାଦରେଣୁ ପରଶରେ ଆହଲ୍ୟା ଉଦ୍ଧାର।

ନେତି ନେତି କହେ ବେଦ,

ସେ ଦୁର୍ଲ୍ଲଭ ପାଦର ମୁଁ ପାଇବି କି ଭେଦ।୩।


ଭକତ ଭାବ ପ୍ରୀତିରେ ବନ୍ଧାଥାଅ ନିତି,

ଛନ୍ଦା ଚରଣରେ ଏଣୁ ମୋର ଅନୁରକ୍ତି।

ଦୁର୍ଗମ ଜୀବନ ପଥ,

ସୁଗମ କର ଶ୍ରୀକାନ୍ତ ହୋଇଲି ଆଶ୍ରିତ।୪।

 


Rate this content
Log in

Similar oriya poem from Abstract