STORYMIRROR

Lopamudra Parida

Abstract

3  

Lopamudra Parida

Abstract

ଭୋକ

ଭୋକ

1 min
273


ମାଟି ପରର ତଳର ଅଗ୍ନିଶିଖାକୁ ଖୋଜିଲେ ,

ମିଳେ ମୁଠେ ପାଉଁଶ ଅବା ଆଗ୍ନେୟଗିରି ଟେ ।।

ଉଦ୍ବୁଦ୍ଧ ଏକ ସ୍ବପ୍ନ କି ଅଳକାପୁରୀ

ଅଦ୍ଭୁତ.... ଅଦ୍ଭୁତ

କ୍ଷଣକରେ ବଦଳି ଯାଏ ଧରଣୀର ସ୍ତର ପରେ ସ୍ତର

ବଦଳୁଥାଏ ଦିନ ରୁ ରାତି,

ସେ କିନ୍ତୁ ମରେନି .... ମାରେ ପ୍ରତି କ୍ଷଣ

କରାଳତାର କାରୁଣିକତାକୁ

ସଜ୍ଯ କରିବାର ଶକ୍ତି ... ଟାଣପଣ ଥିଲେ ତ

ପାରିବକି ସହି? ପାର୍ଥୀବ ପରସ୍ତ ରୁ

ହଂସା ଉଡେଇ ଚାଲିଯାଉଥିବା ଆତ୍ମା କୁ ଧରି ?

କାହିଁକି ତେବେ ଚେଷ୍ଟା ?

ମିଛ ଶଠତା ନିଜ ସହ ?

ସହସ୍ର ଯୁଗରୁ ହରେଇ ଚାଲିଛି ତ

ଗିଳି ଚାଲିଛି ସବୁ.... ସବୁ

ପୁଣି ମୁଠାଏରେ, ମୂହୁର୍ତ୍ତ ରେ ଅପସରି ଯାଏ

କେହି ପାରିନି କି ପାରିବନି

କେବେ ବି ଏଇ ଅଗ୍ନିଶିଖାର ଜୀବନ ପଢି

ଶତ ଚେଷ୍ଟାକରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract