STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

3  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ନାଦବ୍ରହ୍ମ

ନାଦବ୍ରହ୍ମ

1 min
198

ରକ୍ତ ମାଂସ ଦେହକୁ ଟିକିଏ ବି

ଆଘାତ ଦେଲା ପରେ

ଭୂମି ଠୁ ଭୂମା ଯାଏଁ

ସରହଦ ଠୁ ଅନ୍ତରୀକ୍ଷ ଯାଏଁ

ପ୍ରଙ୍କମ୍ପିତ ଏକ ନାଦ " ଆଃ ନତୁବା ଓଃ" । 

ଶବ୍ଦରେ ନିଶବ୍ଦରେ 

 ଭାବରେ ଅଭାବ ରେ

ଶ୍ୱାସକୁ ଲେଉଟାଣି ବେଳେ

ଭ୍ରୁଲତା ସଙ୍କୁଚିତ କରି

ଆପେ ଆପେ ବାହାରି ପଡେ 

ଓଠରୁ ଏକ ତରଙ୍ଗାୟିତ ଶବ୍ଦ" ମାଆ"।

ସେଇ ନାଦ ରୁ ସେଇ ଶବ୍ଦ ରୁ 

ବାତ୍ସଲ୍ୟ ମମତାର ମହୁ ଝରେ

ରାଜା ଠୁ ରଙ୍କ ଯାଏଁ

କୀଟ ଠୁ ପତଙ୍ଗ ଯାଏଁ

ଯାର ନାଁ ନାଦ ବ୍ରହ୍ମ,

କଲା ଠୁ ମଲା ଯାଏଁ

ପାଚିଲା ଠୁ କଞ୍ଚା ଯାଏଁ

 ପ୍ରତିଭାତ ସର୍ବଦାଆଦି ପ୍ରଣମ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract