ପ୍ରେମ ର ପରିଭାଷା
ପ୍ରେମ ର ପରିଭାଷା


ପ୍ରେମ ଅଟେ ଜପ ପ୍ରେମ ପୁଣି ତପ
ପ୍ରେମ ନୁହେଁ କେବେ ପାପ
ଦୁଇଟି ଅକ୍ଷରେ ଗଢ଼ିଲା କେ ତାକୁ
ନାହିଁ ତାର ପରିମାପ ।
ପ୍ରେମ ସର୍ବୋତ୍ତମ ପ୍ରେମ ସର୍ବୋତ୍କୃଷ୍ଟ
ପ୍ରେମ ଅଟେ ସର୍ବବ୍ୟାପି
ଅଲଭ୍ୟ ଅମୃତ ଭାବନା ଟେ ସେତ
ହେବନାହିଁ ତାକୁ ମାପି ।
ବିଭୁ ପ୍ରେମାମୃତ କରିବାକୁ ପ୍ରାପ୍ତ
କେତେ କେତେ ମୁନି ଋଷି
କଠୋର ସାଧନା, ନିଷ୍କାମ ପ୍ରାର୍ଥନା
କରିଥାନ୍ତି ଦିବା ନିଶି ।
ପ୍ରେମ ସଜ୍ଞା ହୀନ, ପ୍ରେମ ରଙ୍ଗ ହୀନ
ପ୍ରେମ ଅଟେ ରୂପ ହୀନ
ଦୁର୍ମୂଲ୍ୟ ଦୁର୍ଲଭ୍ୟ ଅନୁଭବ ଟିଏ
ସର୍ତ୍ତ ହୀନ, ସ୍ୱାର୍ଥ ହୀନ ।
କେତେ ଭାବେ ପ୍ରେମ ଆସେ ଏ ଜୀବନେ
ଭାତୃ ପ୍ରେମ, ଭଗ୍ନୀ ପ୍ରେମ
ପିତା ମାତା ପ୍ରେମେ ସଦା ଯେ ନିମଗ୍ନ
ସନ୍ତାନ ସେ ସର୍ବୋତ୍ତମ ।
ପ୍ରେମ କେବେ ହେଲେ ପାପ ଟିଏ ନୁହଁ
ଅଟଇ ତା ମହା ପୁଣ୍ୟ
ବିଭୁ ପ୍ରେମେ ସଦା ନିମଜ୍ଜିତ ହେଲେ
ଜୀବନ ହୋଇବ ଧନ୍ୟ ।