STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ପ୍ରାଯଶ୍ଚିତ

ପ୍ରାଯଶ୍ଚିତ

1 min
183

ପରିସ୍ଥିତିର ଦ୍ୱାହି ଦେଇ

ଅନେକ ଥର ପାଦ ଦେଇଛି ଅନ୍ଧାରି ଗଳିରେ

ନିଜ ଚତୁରତାକୁ ଦର୍ଶାଇବାକୁ ଯାଇ

ଅନେକ ବାର ମିଛକୁ ଲୁଚେଇଛି ସତ୍ୟ ଖୋଳପାରେ।


ଅହମିକାର ଚିକମିକ ଆଲୁଅ ଭିତରେ

ହଜେଇ ଦେଇଛି ଘରକୋଣରେ ଥିବା ଝାପ୍ସା ଅନ୍ଧାରକୁ

ଆଲୁଅ ଭାବି ଅନେକ ସାଇତିଛି

ମଧ୍ୟାହ୍ନର ତତଲା ନିଆଁକୁ।


ସ୍ବେଚ୍ଛାଚାରିତାର ପୋକା ପରିବାରେ

ତର୍କର କଡ଼ା ଛୁଙ୍କ ଦେଇ 

ପରଶିଛି ଅନେକ ସ୍ୱାଦିଷ୍ଟ ତରକାରୀ,

ଜିତିବାର ଲାଳସାରେ ଲତପତ୍ ହୋଇ

ପ୍ରତିଥର ହାରିବା ଭୟରେ

ବାଛିନେଇଛି ଜିତିବାର ଛୋଟ ରାସ୍ତାଟିକୁ। 


ଅନେକ ଥର ଝୁଣ୍ଟିଲେ ବି

କେବେ ସାହାରା ନେଇନି 

ସେ ପ୍ରାଯଶ୍ଚିତର ମହୌଷଧିର

ଧାଇଁ ଚାଲିଛି ଏକ ମିଛ ଦାମ୍ଭିକତାର

ସୁରାପାନରେ ମତ୍ତ ହୋଇ

କେଜାଣି କେବେ ଭଙ୍ଗ ହେବ

ଏ ମୋହନିଦ୍ରାର ନିଶାସକ୍ତ ଯାତ୍ରା !


Rate this content
Log in

Similar oriya poem from Abstract