STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ମାଣବସା

ମାଣବସା

1 min
312

ଓଡ଼ିଆର ଇଷ୍ଟ ଶ୍ରୀଜଗନ୍ନାଥ,

ପବିତ୍ର ସଂସ୍କୃତି ଜଗତେ ଖ୍ୟାତ।

ସମାଜରେ ଧର୍ମ ରୀତି,

ଆଧୁନିକ ଯୁଗେ ଏ ଓଡ଼ିଆ ଜାତି

ଭୁଲି ଯାଇନି ସଂସ୍କୃତି ।।


ଋତୁ ପ୍ରକୃତ୍ତିର ବିବର୍ତ୍ତନରେ

ବରଷକେ ନାନା ପରବ ପାଳେ

କରେ ଜାତି ମହୋତ୍ସବ,

ମାର୍ଗଶିର ମାସ ମାଣବସା ପର୍ବ

ଆନ ରାଇଜେ ନ ଥିବ।।


କ୍ଷେତରେ ପାଚଇ ଧାନ ଫସଲ

ଉଲ୍ଲାସରେ ଚାଷୀ କରେ ଅମଳ।

ଶସ୍ୟ ଭରା ଘରେ ଘରେ,

ଘରଣୀ ଆଦରେ ଲକ୍ଷ୍ମୀ ପୂଜା କରେ

ମାଣବସା ଗୁରୁବାରେ।।


ଧୋଇ ଲିପି ପୋଛି ଘର ଦୁଆର

ନାନାରଙ୍ଗେ କରି ଝୋଟି ମଣ୍ଡଳ,

ଧାନମପା ମାଣ ରଖି ।

ଧାନମେଣ୍ଟା ପାଟବସ୍ତ୍ରରେ ସଜାନ୍ତି

ଧ୍ୟୟୀ ଲକ୍ଷ୍ମୀ ମନେ ସୁଖୀ।।


ମଣ୍ଡା ଚିତଉ ଆଡିସା କାକରା

କ୍ଷୀରି ତରକାରୀ ଫଳରେ ଭରା,

ନିଜ ରୁଚି ସାମର୍ଥ୍ୟରେ,

ମଂଗଳ ଶବଦ ହୁଳହୁଳି ନାଦ

ପ୍ରକମ୍ପିତ ପଲ୍ଲୀ ପୁରେ।।


ମହାଲକ୍ଷ୍ମୀ ସୁଖ ସମ୍ପତ୍ତି ଦାତ୍ରୀ,

ପବିତ୍ର ହୃଦୟେ ସର୍ବେ ପୂଜନ୍ତି।

ମାଣବସା ଗୁରୁବାର,

ଆନନ୍ଦ ଉଲ୍ଲାସେ ପୁରପଲ୍ଲୀ ହସେ

ମହୋତ୍ସବ ଓଡ଼ିଶାର।।

   



Rate this content
Log in

Similar oriya poem from Abstract