STORYMIRROR

ଅନିଲ କୁମାର ଲେଙ୍କା

Tragedy

4  

ଅନିଲ କୁମାର ଲେଙ୍କା

Tragedy

## ଲୁହ ##

## ଲୁହ ##

1 min
233


ପାଣି ଠାରୁ ମହଙ୍ଗା ସେ ନୟନର ସାଥୀ

ସୁଖେ ଦୁଃଖେ ଲଭିଥାଏ ଯନ୍ତ୍ରଣା ପୀରତି

ଲୁହ ତ ବୁଝେନା କାହିଁ ଅବା ସିଏ ଝରେ

ଝରିଗଲେ ନିଶ୍ଚେ  ପରା ଦୁନିଆରୁ ତରେ ।।


ହାଲୁକା ହୁଅଇ ମନ ଝରିଲେ ଲୋତକ

ଅନ୍ତରୁ  ଅଧର  ଝରି   କରଇ  ଭାବୁକ

ଲୁହର କାରଣ ସହଜେ ହୁଏନି ଖୋଜି

ମନର କୋହଟା ଲୁହରେ ଯାଏତ ହଜି ।।


କିଛି ଲୁହ ଓଠ ପିଏ କିଛି ଯାଏ ଗଡ଼ି

ହାଲୁକା ହୁଅନ୍ତି ଜନେ ଲୁହକୁ ନିଗାଡ଼ି

ଖିର ଲୁହକୁ ଅଧର କରେନି ପର

କଷଣ ଠାରୁ ଲୁହ ନୁହଁଇ ବେଶୀ ଦୂର ।।


ନୁତାପ ଅଭିମାନ ଯେତେ ତା ନିଜର

ଅବସାଦ ଅବଶୋଶ ଲାଗେ ଆପଣାର

ଶୈଶବର ଦୁର୍ବଳତା ନିଃସଙ୍ଗର ଦୋସ୍ତି

ବହିଯାଏ ଲୁହ ଯଦି ପ୍ରାଣ ପାଏ ଶାସ୍ତି ।।


ହୁ ଠାରୁ ଦାମିକା ତ ଲୋତକର ଭାର

ଲିଭିଯାଏ ଲହୁ କୋହ ଲିଭେନା ଲୁହର

ଅକାରଣେ ମଣିଷଟା ହୁଏ ଯଦି ଦୋଷୀ

ଲହୁର ଓଜନ ଲାଗେ ଲୁହାଠାରୁ ବେଶୀ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy