ଲୁହ
ଲୁହ
ଲୁହ ର ଠିକଣା ଆଖି ସିନା ଜାଣେ
ଆଖି ଲୁହ ବସାଘର
କିଛି ଲୁୁହ ସିନା ଓଠ ପିଇଯାଏ
ଆଉ କିଛି ଯାଯାବର।
ଲୁହ ସିନା ଲୁଚେ ନିଭୃତ କୋଣରେ
ରାତିର ସପନ ଛୁଇଁ
ଆଉ କିଛି ବହେ ହୃୃଦୟ କନ୍ଦରେ
କେହି ଦେଖି ପାରେନାହିଁ ।
ଲୁୁହ ତ ଦେଇଛି ଅତୀତର ସ୍ମୃତି
ଦେଖାଇଛି ନୂୂଆ ଆଶା
ସେଇଥି ପାଇଁ ତ ଲୁୁହ ମୋ ନିିିଜର
ସେହି ଏକା ମୋ ଭରସା ।
