STORYMIRROR

Lopamudra Parida

Abstract Tragedy

3  

Lopamudra Parida

Abstract Tragedy

ଲୁହ

ଲୁହ

1 min
235


ହସ ଆଉ କଷ୍ଟ ଦୁହିଁଙ୍କୁ ଏକାସାଙ୍ଗେ

ବଖାଣି ପାରେ ଯେ

ସେଇ ଯେ ଲୁହ

ପୃଥିବୀ ର ପରିଧି ସେ ପାଖରୁ ଲୁଚି ଲୁଚି

ଅମାନିଆ ହୋଇ ଉଙ୍କିମାରୁଥିବା

ଘନନୀଳ ପରଦା ତଳେ

ଚକ୍ ଚକ୍ ଚିକ୍ ଚିକ୍ କଳୁଥିବା

ନିରୀହ ଦୁଇ ନାଆ ରେ

ଶ୍ବେତ ଗୋଲକ ମଝିରେ

ପର ଲଗା ପରୀରାଇଜର ପକ୍ଷୀ କି ପକ୍ଷୀରାଜ ତୁରଗ

ଦଳିତ ପାଟଳ ପଦ୍ମ ର ଅନେକ ରଂଗ ରୁ ଗୋଟିଏ

ତପତି ଗର୍ଭ ରୁ ସମିତ ସୂର୍ଯ୍ୟ ର ଝଲକ୍ ଟିଏ

ଆଖି ଆଇନା ରେ ଧରାଦିଏ

ଗଭୀର ମନତଳ ପଙ୍କ କି କୁମୁଦିନୀ ର

ପ୍ରତିବିମ୍ବିତ ଛାଇଟିଏ

ଦର୍ଶନ ଦର୍ପଣ ଯାର କଥା ନିତି ନିତି କୁହେ ସେଇ

ଗୀତିକା କି ଲୁହ ?

ଅନେକ ବେଳେ ଛାତି ତଳେ ରୁନ୍ଧି ହୋଇ

ଆକାଶ ର ପରିସୀମା ମାପେ

ସ୍ବାତୀଗୋଲାପର ଶିଳାପଦ୍ମଟିଏ

ଶିଶିର ବିନ୍ଦୁ ରୁ ମୁକ୍ତା ଗଢୁଥିବା

ଅଦୃଶ୍ୟ କିନ୍ତୁ ପ୍ରସ୍ଫୁଟିତ ମୋତିଟିଏ

ନାଁ ତାର କଣ ଲୁହ ?

ଶୋରିଷ କ୍ଷେତର ସୁନାବୁଣା ରଙ୍ଗକୁ ପଣତରେ ଭରି

ମାଖିଛି ଫଗୁଣକୁ ଫରୁଆରେ ଯୋଖି

ତେବେ ଏତେ ଢଳ ଢଳ ସେ ନୀଳନୟନ

ଝରିଯାଏ ଯାହା ଆଶରିରୀ ପରି

ତାହାକି ଲୁହ ?

ଦୂର ଆକାଶକୁ ଏବେ ଏବେ

ଏଇମ ଏବେ ହିଁ ଆଜି କି କାଲି

ଉଡାଶିଖିଥିବା ହଳେ କଅଁଳ ଆଖି

ଡେଣା ଯୋଡା ପକ୍ଷୀ

ଧରୁ ଧରୁ ଝରିଯାଏ ଲବଣବନ୍ଯା କପୋତି

ସେଇ କି ଲୁହ କୁହ ତ ସଖି?

ଲହୁର ପାଣିଆ ହୋଇ ବୋହିଯିବାଟା

ଲୁହ କି ?

ଆବେଗ, ଆନନ୍ଦ, ଆଲୋଡନ, କଳଙ୍କ

ସବୁର ତେବେ ଗୋଟିଏ ପାରଦର୍ଶୀ ରୂପ

ଗୋଟିଏ ପଥ ଦେଇ ମାଟିମୁଖି ଝରା କୁ

କହିବା ଲୁହ କି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract