Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Tragedy

3  

Seetaram Dash

Tragedy

ଲୁହ

ଲୁହ

1 min
486


ଆହତ ମନର ପରଦା ଅନ୍ତରାଳେ 

ଲୁହ ସବୁ ଜମାଟ ବାନ୍ଧିଥାଏ

କେବେ କେବେ ବହିଆସେ

ଆଖିର ଆକାଶ ଦେଇ

ଅନାୟାସରେ   ।

ପୁଣି କେବେ ରହିଯାଏ ମନ ତଳେ

ହୃଦୟର ନିଭୃତ କନ୍ଦରରେ 

ଏବେ ତାକୁ ଝରିବା ମନା

ତା ଆସିବାଟା ସୃଷ୍ଟି କରିପାରେ

ଭିନ୍ନ ଏକ ମହା ନାଟକ ।

ପୁଣି ଜଳି ପାରେ ମନ

ଲିଭିପାରେ ସମ୍ପର୍କର ଅଗ୍ନିଶିଖା

ତେଣୁ ସେ ଚାଲିଯାଏ

ଅଫେରା ପକ୍ଷୀଟିଏ ସାଜି

ଆଉ ସଙ୍ଗରେ ଚୋରେଇ ନିଏ ।

ସବୁ ହସ ସବୁ ଖୁସୀ

ଆଉ ଏବେ ନା ଅଛି 

ଦୁଃଖ ପାଇଁ ଲୁହ

ନା ହସ ପାଇଁ ଖୁସି ।


Rate this content
Log in

Similar oriya poem from Tragedy