ଲୁହ ଭିଜା କବିତା -ରୀତା ଅପରlଜିତା
ଲୁହ ଭିଜା କବିତା -ରୀତା ଅପରlଜିତା
ଲୁହ ଭିଜା ମୋ କବିତା
କେବଳ ତୁମ ପାଇଁ
ତୁମେ କିନ୍ତୁ ପଢନା
ରାତିଯାଏ ପାହି ତୁମ ଅପେକ୍ଷା ରେ
ଜହ୍ନ ଯାଏ ଶୋଇ
ଆକାଶ ଟା ହାଇଭାଙ୍ଗେ
ସକାଳ ହସେ ସୂର୍ଯ୍ୟ ଙ୍କ ନୂଆ
ଆଭାରେ ......।
ମୋ ଦୁଃଖ ସେମିତି ରୁହେ
ଯେମିତି ଥିଲା ଆଜି କାଲି
ତୁମେ ଯଦି ଫେରିବ
ହସିବ ବଗିଚାର ସେବତୀ
ହସିବି ମୁଁ ଆଉ ତୁମେ
ପଡୋଶୀ ଜଳନ୍ତେ ଟିକେ ଈର୍ଷ୍lରେ
ତୁମେକୁ ଅପେକ୍ଷା କରିପାରିବି
ମୃତ୍ୟୁ ଆସିବାଯାଏ
ହେଲେ ତୁମ ନିନ୍ଦା ପାରିବିନି ସହି
ତୁମେ କପଟ କରିନ କାହ୍ନୁ ମୁଁ ଜାଣେ
ତଥାପି କାହିଁକି ଫେରିଆସି ପାରନି