STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ଲୋପ ପାଇବାରେ ଲାଗିଛି ମଣିଷତା

ଲୋପ ପାଇବାରେ ଲାଗିଛି ମଣିଷତା

1 min
256


'ଜୀବନ' 'ଭାଗ୍ୟ' 'ବିପଦ', ଏହା ସବୁ ଅନିଶ୍ଚିତ 

ସେଥିପାଇଁ ଚିନ୍ତା କିଆଁ, ଚିନ୍ତା ଛାଡି ହୁଅ ନିଶ୍ଚିତ ।


କ୍ଷଣ ଭଙ୍ଗୁର ସଂସାରରେ କିଛି ତ ନୁହେଁ ଚିରନ୍ତନ

ସେଥି ପାଇଁ ରଖ ନାହିଁ କେବେ ନିରାଶାମୟ ମନ ।


ଭବିଷ୍ୟତ କଥା, ଭାଳି ନହେବା ବିଜ୍ଞତାର ପରିଚୟ 

କାଳ କରାଳ, ତାହା ଚୋରାବାଲି, ସ୍ଥିତପ୍ରଜ୍ଞତାରେ ଜୟ  ।


ଗୁଣ ଥିଲେ ହଜାର, ଚରିତ୍ର ନଥିଲେ ସବୁ ଅସାର

ମଣିଷ ପଣିଆ ହଜିଲେ ନହେବ ଉଚିତ ଅନୁଚିତ ବିଚାର ।


ଧନୀ ନହୋଇ ଶିକ୍ଷିତ, ପାଏ ଯଶ ଖ୍ୟାତି, ସୁନାମେ ଝଟକନ୍ତି

ଶିକ୍ଷା ନୁହେଁ ଗୌଣ, ମହାନ ମଣିଷ ଶିକ୍ଷିତ ହିଁ ସୃଷ୍ଟି କରନ୍ତି ।


ବଗୁଲିଆ ମନ, ମୂରଖ ଅଜ୍ଞାନ ପାଶ ନଥାଏ ଲଜ୍ଜ୍ୟା ଓ ଭୀତି 

କହିବା କଥାକୁ ହେୟ ଜ୍ଞାନ କରି ସମୟ ତାହାର 

କରେ ଇତି ।


ଛୁଆ ଦିନୁ ଶିଖି ଆସିଛୁ ଯେ କଥା ଦେଇ ସଦା ଯେ ପାଳନ କରିବ 

ମନ ଯାର କଳୁଷିତ, ତାଠୁ ସେଇ କଥା କିପରି କୁହ ଆଶା କରିବ ।

 

ଶୁଣିଛୁ, ନକର ଆଶା କେବେ ଅଚାନକ କୋଟିପତି 

ହେବା ପାଇଁ 

କିଏ ବନିବ କୋଟିପତି ଟି. ଭି. ରେ ଦେଖି ମଣିଷ 

ହେଉଛି ହାଇଁ ପାଇଁ 


ତ୍ୟାଗ ତପସ୍ୟାର, ଆଦର୍ଶ ପ୍ରୀତିର ଉଦାହରଣ

ହେବା ପାଇଁ ଥିଲା ଚିନ୍ତା

ଆଜିର ସମାଜ ଏତେ କଳୁଷିତ, ଲୋପ 

ପାଇବାରେ ଲାଗିଛି ମଣିଷତା ।


କାମନାର ବିନାଶରେ ଦୁଃଖର ବିନାଶ, ମଣିଷ

ହୋଇ ବସ କାମନା ବାସନାରେ 

ନିତି ଦିନ ନିଜର ସ୍ବାର୍ଥ ପାଇଁ କେଡେ କେଡେ ଜଘନ୍ଯ

ଅପରାଧ ଘଟାଇ ଚାଲିଛିରେ ।


ଯୁଗ ଯୁଗ ଧରି କେତେ ଧର୍ମ କେତେ ସତ୍ ସଂଗ 

ସଂଗଠନ ହୋଇଛି ଏହି ସମାଜରେ 

କାମନା ବାସନା ହିଂସା କ୍ରୋଧକୁ ଜାଳି ପାରିଛନ୍ତି

କି ବିବେକ ହୋମାଗ୍ନିରେ ।


ମଣିଷର ଆତ୍ମସଞ୍ଜମତା ବିବେକୀ ଭାବନା ଦେଖାଇ

ଦେଇଥାଏ ସତ୍ ର ପଥ

କାମନାର ଲାଳସାକୁ ପକାଇ ପୂର୍ଣ୍ଣଛେଦ, ଜୀବନ ଜୀବିକା 

କରିଲେ ନିର୍ବାହ, ଗଢିବା ସୁଖର ରଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract