ଲୋକ ସାହିତ୍ୟ
ଲୋକ ସାହିତ୍ୟ
ଭିନ୍ନ ଭିନ୍ନ ଜାଗା ନେଇ ଭିନ୍ନ ଭିନ୍ନ ରୀତି
ଅଲଗା ଅଲଗା କଥା ଗପ ଆଉ ଗୀତି ।
ଜୀବନ ଜିଇଁବା ଶୈଳୀ ଛାଡିଯାଏ ଛାପ
ଲୋକ ଉକ୍ତି ହେଉ ଅବା ହେଉ ଗୀତ ଗପ ।
ଲୋକଙ୍କ ସାହିତ୍ୟ ଧରେ ସ୍ବଭାବ ସଂସ୍କୃତି
ପ୍ରତିଫଳ ହୋଇଥାଏ ଲୋକ ରୀତିନୀତି ।
ଜୀଇଁବାର ଢଙ୍ଗ ହୁଏ ସାହିତ୍ୟେ ସୃଜନ
ମୌଖିକ ଲିଖିତ କିମ୍ବା ଗାଥାରେ ବର୍ଣ୍ଣନ ।
ମୋ ଗାଆଁ ମୋ ମାଟି ମୋ ସାଥି କୁଟୁମ୍ବ
ଲୋକାଚାର ନେଇ ମନେ ଭରିଥାନ୍ତି ଦମ୍ଭ ।
ଯୁଆଡେ ଗଲେ ସହଜେ ବାରି ହୋଇଥାନ୍ତି
ଚିହ୍ନା ପକାଇ ତ ଥାଏ ଆପଣା ସଂସ୍କୃତି ।
ଆଞ୍ଚଳିକ ଭାଷା ଭାବି ନ ମଣିବ ହୀନ
ସିଏହିଁ ଚିହ୍ନାଏ ଆମ ପ୍ରକୃତ ଜୀବନ ।
