STORYMIRROR

ସନାତନ ଦାସ

Abstract

3  

ସନାତନ ଦାସ

Abstract

ଲଣ୍ଠନ

ଲଣ୍ଠନ

1 min
162

ଆଜି ବି ମନେ ଅଛି, 

ସେଇ ଗାଁ ର ଶେଷ ମୁଣ୍ଡରେ ଥିବା 

ନୁଆଁଣିଆ ଚାଳଘରର ପବନରେ 

ଦୋହଲୁଥିବା ଭଙ୍ଗା ଲଣ୍ଠନର

ଦିକି ଦିକି ଆଲୁଅ...!!


ହଲୁଥିବା ଲଣ୍ଠନର ତାଳେ ତାଳେ କାହାର ସୁଁ ଶୁଁ କାନ୍ଦ..;

ପୁଣି କେବେ ଖିଲି ଖିଲି ହସର

ଅବିରତ ଫୁଆର..!!


ଅମାବାସ୍ୟା ରାତିର ଗାଢ଼ ଅନ୍ଧାରରେ

ବେଳେବେଳେ ହଠାତ୍ ଚିତ୍କାର ଶୁଭେ,

ବୁଲା କୁକୁରଙ୍କ ବାହୁନା ଭୁକା,

ପେଚାର ଅଶୁଭ ରାବ,

ଝିପ୍ ଝିପ ମେଘର ଶବ୍ଦ...!!


ମନକୁ ଜକଡାଇ ଦିଏ,

ବୋଉର ପଣତ କାନିରେ 

ମୁହଁ ଲୁଚାଇ ଆଖି ବୁଜି

ଶୋଇପଡିବା ପାଇଁ..!!


ଆଉ ସେ ଭୟାନକ ମୁହୂର୍ତ୍ତକୁ ଭୁଲିଯିବା ପାଇଁ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract