STORYMIRROR

Sanatan Das

Abstract

3  

Sanatan Das

Abstract

ଲଣ୍ଠନ

ଲଣ୍ଠନ

1 min
180


ଆଜି ବି ମନେ ଅଛି, 

ସେଇ ଗାଁ ର ଶେଷ ମୁଣ୍ଡରେ ଥିବା 

ନୁଆଁଣିଆ ଚାଳଘରର ପବନରେ 

ଦୋହଲୁଥିବା ଭଙ୍ଗା ଲଣ୍ଠନର

ଦିକି ଦିକି ଆଲୁଅ...!!


ହଲୁଥିବା ଲଣ୍ଠନର ତାଳେ ତାଳେ କାହାର ସୁଁ ଶୁଁ କାନ୍ଦ..;

ପୁଣି କେବେ ଖିଲି ଖିଲି ହସର

ଅବିରତ ଫୁଆର..!!


ଅମାବାସ୍ୟା ରାତିର ଗାଢ଼ ଅନ୍ଧାରରେ

ବେଳେବେଳେ ହଠାତ୍ ଚିତ୍କାର ଶୁଭେ,

ବୁଲା କୁକୁରଙ୍କ ବାହୁନା ଭୁକା,

ପେଚାର ଅଶୁଭ ରାବ,

ଝିପ୍ ଝିପ ମେଘର ଶବ୍ଦ...!!


ମନକୁ ଜକଡାଇ ଦିଏ,

ବୋଉର ପଣତ କାନିରେ 

ମୁହଁ ଲୁଚାଇ ଆଖି ବୁଜି

ଶୋଇପଡିବା ପାଇଁ..!!


ଆଉ ସେ ଭୟାନକ ମୁହୂର୍ତ୍ତକୁ ଭୁଲିଯିବା ପାଇଁ...!!


Rate this content
Log in

Similar oriya poem from Abstract