କଳାର ଶୁଭ୍ରତା
କଳାର ଶୁଭ୍ରତା
ଶୋଭାର ବର୍ଦ୍ଧକ ଅଟଇ ମୁଁ ଯେ କଳା
ଜଗନ୍ନାଥଙ୍କ ମୁହଁର ଆଭାରେ ବୋଳା ।
ଶକ୍ତିର ସୂଚକ ମୁହିଁ ଅପାରଗ ହାରୀ
କର୍ମଠ ବରିଷ୍ଠ କରେ ସର୍ବ ନର ନାରୀ।
ଅତି ଆଧୁନିକ କର୍ମ ଶୈଳୀ ଶିଖାଏ
ସଭିଙ୍କୁ ଜୀବନ ପଥର ଶିକ୍ଷା ଦର୍ଶାଏ।
କଳା ମୁଁ ରଙ୍ଗ ସୂର୍ଯ୍ୟାଙ୍କ ନିପାତନ
ନ କରେ ମୁଁ ଇନ୍ଦ୍ରଧନୁ ଗୁଣର ଶୋଭନ।
କିଛି କିଛି ଦାନ କରେ ରୁଣାତ୍ମକ ମାନ
ଶିଖାଇବାକୁ ମାନବେ ପ୍ରକୃତି ଚିନ୍ତନ ।
ହୁଏ ମାନବ ରୁଣାତ୍ମକ ଗୁଣେ ଯେବେ ସ୍ଥିର
ଲାଭ କରେ ଶେଷେ ଧନାତ୍ମକ ଗୁଣ ଅପାର ।
ଯନ୍ତ୍ର ଭିତରେ ମୁଁ ଥାଏ ସଦା ଜାଗ୍ରତ
କ୍ରିୟା ଶୀଳ ହୋଇ ମୁଁ ତାକୁ କରଇ ଚାଳିତ ।
କୋଇଲାର ରଙ୍ଗ ମୁଁ ତ ଚଳାଏ ଥର୍ମାଲ
ଆଉ ରେଳ ଗାଡ଼ି ଚଳାଇ କରେ ମୁଁ କମାଲ ।
ରଙ୍ଗ କଳା କିନ୍ତୁ ଗୁଣ ମୋ ଧଳା ସଦା
କରେ ମୁଁ ଜନ କଲ୍ୟାଣ ନକରି ମନ ଓଦା ।
ପ୍ରଗତି ଆବାଦୀ କରିଛି ଆଜି ମୁଁ ଦୁନିଆକୁ
ନକରି ହତାଦର ବାଛ ବିଚାର ପ୍ରତିଭାକୁ ।
ରକେଟ ଉଡ଼ାଜାହାଜ ପାଣିଜାହାଜ ଇଂଜିନ
ସବୁଥିରେ ମୁଁ ବିଦ୍ୟମାନ କରି ଶକ୍ତି ପ୍ରଦାୟନ ।