STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ଲଣ୍ଠନ

ଲଣ୍ଠନ

1 min
237


ତୁ ଜଳୁଚୁ, ଆଉ ମୁଁ ବି ତ ଜଳୁଚି,

ତୁ ଜଳୁଛୁ ତୋ' କ୍ଷୀଣ ଝଲକରେ,

ମୁଁ ଜଳୁଛି ତୀବ୍ର ଅନ୍ତଃ ଜ୍ବଳନରେ,

ତୁ ଜଳୁଛୁ ତୋ'ବିକ୍ଷିପ୍ତ ଇଲାକାରେ

ମୁଁ ଜଳୁଛି ସୁ ସୁପ୍ତ ଅବଚେତନରେ,

ତୋ ଆଲୋକ ମାଳାରେ ରଙ୍ଗୀନ ରଶ୍ମୀର ରୋଷଣୀ,

ମୋ ଇପ୍ସାଲୋକେ ଚିର ନିଷ୍ପେସିତ ନିଷ୍ଠୁର ରଙ୍ଗମଞ୍ଚ,

କେତେ ଶୀତ, କେତେ ଯେ ବସଂତ,

କେତେ ଖରା,କେତେ ବର୍ଷା,ହେମନ୍ତ,

ତୁ ଜଳୁଛୁ ତୋ ସୁଦୀପ୍ତ ସୁପ୍ରଭ ଆଲୁଅରେ,

ମୁଁ ଜଳୁଛି ମୋ ଦିକଦିକ ନିଷ୍ପ୍ରଭ ପ୍ରଜ୍ବଳନେ,

ନିରନ୍ତର ପ୍ରବାହର ମୁହୁର୍ମୁହଃ ଆର୍ତ୍ତନାଦ

ଲେଲିହାନ ଶିଖାର ଏ ଅନ୍ତହୀନ କୁଣ୍ଡଳୀ

ଅସମାପିକା କ୍ରିୟାର ସେ ସଲିଳ ସମାଧି,

ଆଉ ସମୀପରେ ପ୍ରଲୁବ୍ଧ କୁଝଝଟିକା..!

ତୁ ଜଳୁଛୁ,ଜଳୁଥିବୁ ତୋସଂଭ୍ରମ ସ୍ଵୟଂଭୂ ଅକ୍ଷରେ,

ମୁଁ ଜଳୁଚି ଜଳୁ ଥିବି ମୋ ନିଷ୍ପ୍ରଭ ଧୁମାଭ୍ର ବକ୍ଷରେ..!

ତୋ ମୋ ଭିତରେ ଫରକ ଏତିକି ଯେ,

ତୁ ସମାହିତ ଜ୍ବଳନର ସ୍ୱଚ୍ଛନ୍ଦ ପ୍ରତୀକ,

ମୁଁ ଅବଦମିତ ଅଶାର ତଲ୍ଲୀନ ଜାତସ୍ମର ,

ତୋ ସୀମାବର୍ତ୍ତ ଜିଜ୍ଞାସାରେ ନିଷ୍କଳଙ୍କ ଜ୍ୟୋତି

ମୋ ଅସମାହିତ ଅବଜ୍ଞାରେ ତ କଳଙ୍କିତ ଇତି,

ତୋ ସ୍ୱତଃସ୍ଫୁର୍ତ୍ତ ଆହ୍ୱାନରେ ସୀମାହୀନ ଆଲୋକ

ମୋ ଅସ୍ପଷ୍ଟ ଦ୍ବିତିକାନ୍ତି ଆଣେ ଅସମାପ୍ତ ଉଦ୍ବେଳନ,

ଆକାଶ ଓ ପାତାଳ, ଭୂଲୋକ ଓ ଦ୍ବିଲୋକ

ଆଲୋକ ଓ ଅନ୍ଧାର, ପ୍ରଭେଦ ଓ ପାର୍ଥକ୍ୟ,

ଅନ୍ତଃ ପାଦ ହୀନ, ଅବ୍ୟକ୍ତ ଯନ୍ତ୍ରଣାର

ଅଵଗୁଣ୍ଠିତ ପ୍ରଶ୍ନଚିହ୍ନ..!ନିରବ୍ଧ ଆକାଶ,

ଜଳୁଛି ଓ ଜଳୁଥିବ ନିର୍ବିଘ୍ନ, ନିର୍ନିମେଷ,

ଆତ୍ମସତ୍ତା ହୀନ,ଏ ଜ୍ୱଳନ୍ତ ସ୍ୱପ୍ନାଲୋକ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract