STORYMIRROR

Amit Bal

Romance Inspirational

3  

Amit Bal

Romance Inspirational

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
256

ସୃଜନଶୀଳ ମଣିଷଟି ପ୍ରତି କ୍ଷଣେ ପ୍ରେମମୟ

      ଜୀବନକୁ ନିଃଶବ୍ଦରେ ସେ ଜିଇଁ ଥାଏ

          ଆଉ ସୃଜନକୁ ମନଭରି ଭଲପାଏ ,

ସେଥିପାଇଁ ପ୍ରେମିକ ହେଉ ଅବା ପ୍ରେମିକା

       ଅନେକ ସମୟରେ ସୃଷ୍ଟି ପଛରେ

              ସେ ହିଁ ପ୍ରେରଣା ଯୋଗାଏ........


ମୁଁ ଭାବେ କବିତାକୁ ମୁଁ ଖୁବ୍ ଭଲ ପାଏ

     କେହି ଜଣେ ମୋତେ 

        କବିତା ଲେଖିବା ପାଇଁ ପ୍ରେରଣା ଯୋଗାଏ ,

ସାଇତି ରଖିଛି ମୁଁ ଉଭୟଙ୍କୁ ଅନ୍ତରରେ

     ସାଇତି ରଖିଥିବି ହୁଏତ ମରିବା ଯାଏ .......


ଏମିତି ବି ପ୍ରେରଣା ମଣିଷକୁ କର୍ମଠ କରେ

      ଜୀବନକୁ ମହ ମହ ଆନ୍ତରିକତାରେ ଭରେ

କୁହେ ଜୀବନ ପାଇବାର ସାଗର ନୁହେଁ

  ଅଧିକନ୍ତୁ ଉପଲବ୍ଧି ନିଜକୁ ହିଁ ନିଜେ ବାଣ୍ଟି ଚାଲିବାରେ ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance