ଲଢୁଆ ଖୁସିଗପ
ଲଢୁଆ ଖୁସିଗପ
କିଏ କହେ
ତୁମେ ବାଳାରୁଣର ଅରୁଣିମା
ପୁଣି କିଏ କହେ
ତୁମେ ଗୋଧୂଳୀ ସଂଜର ସବୁଜିମା
ହେଲେ ମୋ ଅନ୍ତରାତ୍ମା କହେ
ତୁମେ ତ୍ୟାଗ ତିତୀକ୍ଷାର ମାଧୁରୀମା
ଆଞୁଳାଏ ଅତ୍ମୀୟତାରେ
କାଣିଚାଏ କରୁଣା ବାରିରେ
ମେଞ୍ଚାଏ ସ୍ନେହ ଶ୍ରଦ୍ଧାରେ
ତୁମେ ବାନ୍ଧିପାର ପ୍ରାପ୍ତିର ଲାଲିମା ।
କିଏ କହେ
ତୁମେ ଶୁଭଶଙ୍ଖର ଶୁଭସଂଙ୍କେତ
ପୁଣି କିଏ କହେ
ତୁମେ ସର୍ବଗୁଣା ସଂପନ୍ନା ସମର୍ପିତ
ହେଲେ ମୋ ଅନୁଭୁତି କହେ
ତୁମେ ଉପେକ୍ଷୀତ ଅବହେଳିତ ଶାନ୍ତିସ୍ତୁପ
ଅଶ୍ରୁଜଳରେ ଆତଯାତ ଶକ୍ତିସ୍ଵରୂପ
କଳାହାଣ୍ଡିଆ ମେଘତଳେ ଲୁଚିଥିବା ମାତୃରୂପ
କୁହୁଳା ବାରୁଦଗଦା ତଳେ ଲଢୁଆ ଖୁସିଗପ |
