STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ଲା-ଈସାବେଲା..

ଲା-ଈସାବେଲା..

1 min
215


ତୁମର ସେ ସମ୍ବୋଧନକୁ ମୁଁ 


ବିନା ସଂକୋଚ ସ୍ୱୀକାର କରି ନେଉଛି, 


ସେ ଅପ୍ରତିଭ ଉପଢୌକନକୁ 


ବିନା ଦ୍ବିଧାରେ ବି ଗ୍ରହଣ କରି ନେଉଛି, 


ତୁମ ଭାବନାରେ ଯେ ମୁଁ 


ସେଇ ଲୋଲୁପ ଅପ୍ରତିମ ସୌଦାଗର, 


ପର୍ତ୍ତୁଗାଲର ସେ ଲବ୍ଧ ପିପାସୁ 


ଜଳ ଦସ୍ୟୁ ଖ୍ରୀଷ୍ଟଫର କଲମ୍ବସ..


ଯଥା ମାନ୍ୟ ସ୍ୱାଗତ କରୁଛି..!


ହଁ ତୁମର ସେ ତଥା କଥିତ ସୁଯୋଗ୍ୟ 


ଦାୟାଦ, ମାର୍କୋ ପୋଲୋଙ୍କ 


ବିଲକ୍ଷଣ ପଥରେ ମୁଁ ପରିଚାଳିତ, 


ଅଲଂଘ୍ୟରେ ଲକ୍ଷ୍ୟ, ଦୁର୍ଦ୍ଦକ୍ଷ, 


ଅନୁପ୍ରାଣିତ ସେଇ ଦୁର୍ଦ୍ଧଷ ନାବିକ..!


ସେ ସୁଦୂର ଭାବନାରେ ମୁଁ ଜର୍ଜରିତ, 


ରଚି ଚାଲିଛି ମୋ ବିଡ଼ମ୍ବିତ ସଂଭାବନା


ଓ ଅସରନ୍ତି ଅବ୍ୟକ୍ତ ଭ୍ରମଣ ବୃତ୍ତାନ୍ତ.. 


କେବେ ପଶ୍ଚିମରୁ ପୂର୍ବ ତ, 


ପୁଣି କେବେ ପ୍ରାଚ୍ୟରୁ ପାଶ୍ଚାତ୍ୟ.., 


ଆଉ ତୁମ ଆକଳନ ଯେ ଠିକ, 


ଏହା ବି ଦୃଢ ନିଶ୍ଚିତ,ନିଃସନ୍ଦେହ..!


ଅସୁମାର, ଅପ୍ରତିଭ ମୋର ଲକ୍ଷ୍ୟ, 


ବାରମ୍ବାର..ଯୁଗପତ,ଅସମାହିତ, 


ପ୍ରାଚ୍ୟ, ପ୍ରାଚୁର୍ଯ୍ୟର ବେସୁମାର ସମ୍ପତ୍ତି, 


ଓ ସେ ଉନ୍ମତ୍ତତାର ଅସମ୍ଭବ ଦର୍ପ, 


ଅପର୍ଯ୍ୟାପ୍ତ ଭଣ୍ଡାର ଉପଲକ୍ଷରେ ଯେ 


ଛୁଇଁ ହେବ ସେ ସାନ ସଲ୍ଭlଡୋର, 


ଏହା ହିଁ ତ ମୋ ଅନିୟନ୍ତ୍ରିତ ମୋକ୍ଷ..!


ସାଥିରେ ମୋ ଲା ନିନା, ପିଣ୍ଟା ଓ 


ସାନ୍ତା ମାରିଆ ପରି କିଛି ଜଳତରୀ, 


ଚିର ଇପ୍ସିତ, ସଦା ବାଂଛିତ ମୋହ.. 


ତେତିଶ ଦିନର ଅବାରିତ ଯାତ୍ରା, 


ଆଟ୍ଲାଣ୍ଟିକ ସାଗରର ପଶ୍ଚିମ ଦିଗ ପର୍ଯ୍ୟନ୍ତ, 


ହେଲେ, ଏ କଣ..? ଏ ତ ପ୍ରାଚ୍ୟ ନୁହେଁ..? 


ପାଶ୍ଚାତ୍ୟ..! ସେ ପୁଣ୍ୟ ଭାରତ ନୁହେଁ, 


ଲୋହିତ ଭାରତ..! ପ୍ରାଚୀନ ନୁହେଁ, 


ଅର୍ବାଚୀନ, ବାଂଛିତ ନୁହେଁ, ଅବାଂଛିତ, 


ତଥା କଥିତ ଦକ୍ଷିଣ ପୂର୍ବ ଆମେରିକା..!


ସର୍ବୋପରି, ଏ କଥା ଯେ ସତ୍ୟ, 


ମୁଁ ପରାଜିତ ନୁହେଁ.. ଅପରାଜିତ.., 


ମୋ ଲକ୍ଷ୍ୟ ପଥରେ ମୁଁ ଅସ୍ଥିର ନୁହେଁ, 


ବିଚଳିତ ନୁହେଁ..,ସ୍ଥିର, ଅବିଚଳିତ, 


ଆଉ ତୁମେ..! ତୁମେ ତ ପ୍ରେରଣା, 


ପ୍ରେରଣାର ଉତ୍ସ,ପୃଷ୍ଟ ପୋଷକ ଶ୍ରେଷ୍ଠ, 


ତୁମେ ମୋ ଆଲମ୍ବ, ଅବଲମ୍ବନ ଶ୍ରେୟ, 


ସ୍ପେନର ଦୁଃସାହସୀ ମହିୟସୀ..


ତୁମେ..ପ୍ରେରଣାର ମାର୍ଗ, 


ଲା ଈସାବେଲା..? ନାଁ କଣ କହୁଛ..? 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance