STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

କୁରୁକ୍ଷେତ୍ର

କୁରୁକ୍ଷେତ୍ର

1 min
3.0K

ଶୂନଶାନ ରାତିରେ

ଜହ୍ନ ନୀରବରେ ଏକାନ୍ତରେ ଆସି

ଲୁଚିଯାଏ ସକାଳେ,

କଳ କଳ ମୁଖରିତ ତଟନି

ନିରବ ନିଶ୍ଚଳ ହୋଇ ମଲାନଈ ସାଜେ


ରାତିର ଅଳସ ଆଉ ତାରାଙ୍କ ରୋଷଣୀ

ଝଟପଟ ମନ ଆଉ କଡ଼ ଲେଉଟାଣି

କଇଁ ଅପେକ୍ଷାରତ ଜହ୍ନ ପାଇଁ,

ସାଜି ଆଜି ଵି ପୂଜାରିଣୀ


ଯନ୍ତ୍ରଣାରେ ଛାତି ହୋଇଛି ବିବଶ ,

ବେଦନାର ଛାଇର ଲେଉଟାଣି ଯଶ

ଆବେଗ ପାଇଁ ଶବ୍ଦର ଅଭାବ ଯେଉଁଠି,

ଭରପୁର ଶବ୍ଦର ବଜାରରେ କବି ଦେବାଳିଆ ଏଇଠି


ଅର୍ଜିତ ଭାଷାକୋଷରେ ଶବ୍ଦରାଜିଙ୍କ ଆଜି କୁରୁକ୍ଷେତ୍ର,

ଆବେଗର ହତ୍ୟା ହେତୁ

କବିର ପରିଚୟ,

କିଏ ହାରି ଵି ଏଠି ବାଜି ମାରିନିଏ,

ଜିତି ଵି ମିଳଇ ପରାଜୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract