STORYMIRROR

Debaki Behera

Abstract

3  

Debaki Behera

Abstract

କୁନି ପ୍ରଜାପତି

କୁନି ପ୍ରଜାପତି

1 min
25

କୁନି କୀଟ ଟିଏ ତା'ର ନାମ ପ୍ରଜାପତି,


ଘୁରି ବୁଲିଥାନ୍ତି ବଗିଚାରେ ନିତି ନିତି।


ଅତି ମନଛୁଆଁ ତାର ପଙ୍ଖ ଟି ଅଟଇ,


ରଙ୍ଗ ତୂଳୀ ଧରି ସତେ କିଏ ଆଙ୍କିଛଇଁ।


ଏ ଫୁଲରୁ ସେ ଫୁଲକୁ ଭ୍ରମଣ କରଇ,


ବଗିଚାରେ ଉଡେ଼ ବୋଲି ସୁନ୍ଦର ଦିଶଇ।


ଫଗୁଣର ରଙ୍ଗ ସତେ ଦେଇଛି କେ ଢାଳି,


କଳା ଧଳା ନାଲି ସାଥେ ହଳଦୀ ଓ ନେଳି।


କେତେ ଚିତ୍ର ବିଚିତ୍ର ଯେ ହୋଇଛି ତା ପଙ୍ଖ,


ନଦେଖିଛ ଯିଏ ଥରେ ଭଲକରି ଦେଖ।


ଅତୀତ ରେ ଯିଏ ଥିଲା ଭୟଙ୍କର କୀଟ,


ସମୟ ସାଥିରେ ବଦଳିଲା ସବୁ ବାଟ।


ପିଲାଠାରୁ ବୁଢ଼ା/ବୁଢ଼ୀ ଦେଖି ଡରୁଥିଲେ ଯାକୁ


ତାକୁ ଏବେ ଧରିବାକୁ ବଳାଏ ମନକୁ।


ଅତି ଚଞ୍ଚଳ ଅଟଇ କ୍ଷୁଦ୍ର ପ୍ରଜାପତି,


ଦିନ ଯାକ ଘୁରି ବୁଲେ ନମାନିଣ ତାତି।


ଫୁଲରୁ ଫୁଲକୁ ଉଡି କରେ ଏହି କାମ,


ପରାଗସଙ୍ଗମ ପରା ଅଟେ ତା'ର ନାମ।


ଅତୀତ ଥିଲେ ହେଁ ଥାଉ ଯେତେ କଷ୍ଟ ଭରା,


ଭବିଷ୍ୟତ ନହୋଇବ ସେଇ ପରି ପରା।


ଏଇ ଛୋଟ କଥାଟିଏ ଶିଖ ତାହାଠାରୁ,


ସେଇ କ୍ଷୁଦ୍ର କୀଟ ପରା ଅଟେମୋହ ଗୁରୁ।


ସେଇ ପ୍ରଜାପତି ଟିଏ ହେବାକୁ ମୋ ମନ,


ଅନ୍ୟର ଖୁସୀରେ ଖୁସି ହୋଇ ଯାଉ ମୋ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract