STORYMIRROR

Snigdha Panda

Abstract Classics Children

4  

Snigdha Panda

Abstract Classics Children

କୁନି ପିଲା

କୁନି ପିଲା

1 min
342

ଦୁନିଆଁ ଯାକର ସବୁ ପିଲା ଆମର

ହସନ୍ତି ଏକା ଭଳି,

କାନ୍ଦନ୍ତି ଏକା ଭଳି,

ଦିନେ କିନ୍ତୁ

ବୟସ ସହିତ ବଦଳି ଯାଏ ରୀତି

ହସିଲେ ବି ଛଳନା କରନ୍ତି,

କାନ୍ଦିଲେ ବି ଛଳନା କରନ୍ତି,

ପିଲାମାନେ କେଡେ ଚଞ୍ଚଳ ଅଲଗା ଲାଗନ୍ତି !

ନିଜ ଇଛାରେ ଉଡେ ପକ୍ଷୀ,

ନିଜ ଇଛାରେ ଫୁଟେ ଫୁଲ, 

ଏମିତିକି

ନିଜ ଇଛାରେ ବଢୁଥାଏ ଅନାବନା ଘାସ,

ବାପା-ମା'ଙ୍କ ଇଛାରେ ବଢୁଥାଏ 

କୁନି ପିଲାର ବୟସ

" ଆକାଶଟା ଖୋଲାମେଲା

କିଛି ନାହିଁ ସେଠି

ତଥାପି କଣ ଯେ ଏତେ

କୁନି ପିଲା ନିରିଖି ଦେଖୁଛି?"

ଦୁନିଆଁର ସବୁପିଲା ଭାବୁଥା'ନ୍ତି ଏକାଭଳି

ଘର ଗୋଟେ ପଞ୍ଜୁରୀ,

ବାହାରି ଯାଇ ହୁଅନ୍ତା କି!

ହେଲେ ଯାଇ ହୁଏ ଆଉ କେଉଁଠି

ଶୁଭିଯାଏ ତାଗିଦ୍‍

"ବହି ଛାଡି, ପାଠ ଛାଡି,

ଆକାଶରେ କଣ ଯେ ଦେଖୁଛୁ

ଏବେଠାରୁ ନ ଲାଗିଲେ

ଆଗକୁ

କେମିତି ପାରିବୁ

ସେ କଥା କି ଭାବିଛୁ

କୁନି ପିଲାର ଅସହାୟ ଚାହାଣୀରେ

ପ୍ରଶ୍ନ ଥାଏ ଲୁଚି

ଏହାଠାରୁ ଭଲ କ'ଣ

ଦେଖିବାକୁ ଅଛି?

ନିଜ ଆଖିରେ ଦେଖୁଥାଏ

ଆକାଶ ମାଟିକୁ

ନିଜ ଆଖିରେ ଦେଖୁଥାଏ

ବଗିଚା ଫୁଲକୁ

ବାପା-ମା'ଙ୍କ ଆଖିରେ ଦେଖୁଥାଏ 

କୁନି ପିଲା ନିଜର ଆସୁଥିବା ସମୟକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract