କୁନା କୁନିଙ୍କର କରୁଣ କାହାଣୀ
କୁନା କୁନିଙ୍କର କରୁଣ କାହାଣୀ


କୁନି ନାତୁଣୀ ତା ମାଆ କୁ କହିଲା
ବସିବସି ବୋର୍ ହେଲିଣି
ଆଈ କୁ କର ତୁ ଭିଡିଓ କଲ୍
ଏକାଏକା ଭଲ ଲାଗୁନି।
ସାଙ୍ଗସାଥୀ ସାଥେ ଖେଳିବାକୁ ମନା
ସ୍କୁଲ ବି ଏଯାଏ ଖୋଲୁନି
ଅନ୍ ଲାଇନ୍ ରେ ହୁଏ ପାଠପଢା
ପଢିବାକୁ ମନ ଲାଗୁନି ।
ଜନ୍ମଦିନ ରେ ସେ ସାଙ୍ଗ ସାଥୀଙ୍କୁ ତା
ଏବରଷ ଡାକି ପାରିନି
ପାପା ମାମା ସାଥେ କେକ୍ ସେ କଟିଲା
ମଜା ମଉଜ ତ ହେଲାନି ।
> ଛୁଟିଦିନରେ ସେ ପାପାଙ୍କ ସାଥିରେ
ବୁଲିବାକୁ ଯାଇ ପାରୁନି
ଯିବ ବା କୁଆଡେ ହାଟ ବାଟ ବନ୍ଦ
ମଲ୍ କି ମନ୍ଦିର ଖୋଲୁନି ।
ଭାରି ଭଲଲାଗେ ଚାଟ୍ ଗପୁଚୁପୁ
କିଛି ଏବେ ଆଉ ମିଳୁନି
ପରବ ଆସୁଛି ପରବ ଯାଉଛି
କିଛି ଏବେ କେହି ପାଳୁନି ।
କୁନା କୁନିଙ୍କର କରୁଣ କାହଣୀ
କରୋନା ବା କାହୁଁ ବୁଝିବ
କିଏସେ ଜାଣିଛି କେତେଦିନ ଯାଏ
ଏମିତି ଅଡୁଆ ଚାଲିବ ।