କୁଳ ନନ୍ଦନ
କୁଳ ନନ୍ଦନ
ମୋତେ ତୁମେ ପାଇବା ପାଇଁ
କୌଶଲ୍ୟାଙ୍କ ପରି କେତେ
ତୁମେ ତପସ୍ୟା ନ ' କରିଛ
ସତୀ ସୀତାଙ୍କ ପରି ତୁମେ
ନିର୍ବାସିନୀରୁ ପୁଣି ତପସ୍ୱିନୀ ସାଜିଛ
ମାତା ଯଶୋଦାଙ୍କ ପରି
ବର୍ଷ ବର୍ଷ ଧରି ଅପେକ୍ଷା କରିଛ
ମୋ ଚଲା ପଥକୁ l
ଲକ୍ଷେ ଆଠ ବେଲ ପତ୍ର
ଶିବଙ୍କ ମଥାରେ ଚଢ଼ାଇଛ
ମୋତେ ପାଇବାର ମାନସିକ ନେଇ
ତୁମେ ବାହା ହେବାର ଦୀର୍ଘ ପନ୍ଦର ବର୍ଷ
ହୋଇ ଯାଇଥିବାରୁ ନିଜକୁ ଧିକାର କରି
ସଦା ହେୟ ମନେ କରୁଥିଲ
ଶୟନେ , ସପନେ, ସକାଳେ, ସନ୍ଧ୍ୟାରେ
କେବଳ ମୋ ଚିନ୍ତା ହିଁ ତୁମକୁ ଘାରୁଥିଲା
କେତେ ନିନ୍ଦା , ଅପମାନ
ସାହି ପଡୋଶୀଙ୍କ ଟାହି ଟାପରା
କେତେ ଲୋକହସା ସବୁ
ବିନା ଦୋଷରେ ଶୁଣିଛ
ଯେଉଁ ଦିନ ମୁଁ ତୁମ କୋଳରେ
ଜନ୍ମ ଗ୍ରହଣ କରିବାର ସୌଭାଗ୍ୟ ଲଭିଲି
ସେହିଦିନ ମୁଁ ଜୋରରେ କାନ୍ଦିଛି
କିନ୍ତୁ ତୁମେ ହସି ହସି ନିଜେ
ଆତ୍ମ ବିଭୋର ହୋଇଯାଇଥିଲ
ମୋତେ ପାଇ ତୁମେ
କି ଦିନ, କି ରାତି, ଖରା, ବର୍ଷା, ଶୀତ
ସବୁ କିଛି ଭୁଲି ଯାଇଥିଲl
ମୋତେ ପାଇ ବାପାଙ୍କର
ପୁରୁଷ ଜୀବନ ଧନ୍ୟ ହୋଇଥିଲା ତ
ଆଉ ମାଆଙ୍କର ନାରୀ ଜୀବନ
ସାର୍ଥକ ହୋଇପାରିଥିଲା
ତୁମେ ମୋ ଯଶୋଦା ପିତା ନନ୍ଦରାଜ
ମୁଁ ତୁମର ନନ୍ଦନନ୍ଦନ
କୁଳ ଉଦ୍ଧାରିବାକୁ ଆସିଛି ମୁଁ
ତୁମ ପାଇଁ ଭାଗିରଥି ସାଜି
ମୁଁ ପରା ତୁମ କୁଳ ନନ୍ଦନ ।