STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ମୋ ଭାରତ

ମୋ ଭାରତ

1 min
198


ଆମେ ଯେ ଶିଶୁ

ଏଇ ଦେଶର

କେଡ଼େ ମହାନ

ଦେଶ ଆମର।୧।


ନ ଥାଏ ଏଠି

ଆପଣା ପର

ଏଇ ପରା ତ

ସରଗ ପୁର।୨।


ଖୁସିରେ ଆମେ

ଏକାଠି ଥାଉ

ଦୁଃଖରେ ପୁଣି

ଛାଡି ନ ଯାଉ।୩।


କେଡ଼େ ସୁନ୍ଦର

ଦେଶ ଆମର

ତା ଠାରୁ ଭଲ

ଭାବ ଆମର।୪।


ହିଂସା ବାଦରେ

ନ ଥାଉ ଆମେ

ସବୁଠି ବ୍ୟସ୍ତ

ଆମରି କାମେ।୫।


ବଡ଼ କୁ କରୁ

ଆଦର କେତେ

ସାନଠି ରଖୁ

ବିଶ୍ୱାସ ସତେ।୬।


କରି କରମ

ମହାନ ହେବ

ନିଜ ଜ୍ଞାନ ରେ

ଭରସି ଥିବ।୭।


ଦେଶେ ବଢିବ

ନାମ ତୁମରି

ପ୍ରଶଂସା ହେବ

ଆଗେ ସବୁରି।୮।


ସାର୍ଥକ ହେଉ

ପୁତ୍ର ଜୀବନ

ସବୁଠି ରହୁ

କନ୍ୟାର ମାନ।୯।



Rate this content
Log in

Similar oriya poem from Inspirational