ଆହ୍ଵାନ
ଆହ୍ଵାନ
ଆସ ଆସ ବୀରl ବୀର
ହୋଇ ଟିକେ ଆଗଭର
ମାତୃଭୂମି ରେ ସେବାରେ
ଧନ ଜନ ଏଠି କିଛି
ଲୋଡ଼ା ନୁହଁ ମୁଁ କହୁଛି
ଲୋଡ଼ା ଖାଲି ମନ ପ୍ରାଣ ରେ...(. ଏକ)
ତୁମ୍ଭେ ତ ସଦା ଗାଉଚ
ଜନନୀ ଜନ୍ମ ଭୂମିଶ୍ଚ
ସ୍ବର୍ଗାଦପି ଗରୀୟସି
ଦେଖ କେତେ ବିବସନା
ଅତ୍ୟାଚାର ନିର୍ଯାତନା
ଧରି ନ ପାରୁଛ ଅସି???...( ଦୁଇ)
ମୁଖେ ତୁମେ ଖାଲି ଗାଅ
ମନ ତୁମ ଦୃଢ଼ ନୁହଁ
ଏ ଆୱାଜ ଖାଲି ଫାଙ୍କା
ଶୁଭ ଦିନ ଆସେ ଯେବେ
ପ୍ରତିଧ୍ଵନି କମ୍ପେ ନଭେ
ବିଶ୍ୱକବି ହସ୍ତ ଲେଖା... (ତିନି)
ଦେଶ ପ୍ରେମ ରେ ସହିଦ୍
ୟଦି ହୁଅ ହେ ପୁତ୍ରଃ ପୁତ୍ରl
ତବ ନାମ ଯୁଗେ ଯୁଗେ
ମୃତ୍ୟୁ ତବ ହେଲେ ସୁଦ୍ଧା
ଅମର ସୁମନେ ବନ୍ଧା
ମାତୃ ନାମ ଥିବ ଭବେ... (ଚାରି)
