Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Inspirational Others

3  

padmaja pati

Inspirational Others

ଜନତାଙ୍କୁ ପଦେ

ଜନତାଙ୍କୁ ପଦେ

1 min
186


ବରଷକ ପରେ ପାଳନ କରିଲୁ

ଜନ ରାଜ୍ୟ ଦିବସକୁ

ଏବେ ବି ସପନ ଲାଗୁଛି ଅଧୁରା

କହିବା ଅବା କାହାକୁ ?

ନିଜ ହାତେ ନିଜ ଦେଶ ଶାସନର

ଡୋରି ଦେଖି ହେଲୁ ଖୁସି

ଉଡାଇ ତ୍ରିରଙ୍ଗା ମହା ଆନନ୍ଦରେ

ପଲ୍ଲୀଠାରୁ ଦିଲ୍ଲୀବାସୀ l

ମାଓ ହିଂସା ସହ ଅରାଜକତାର

ଶୁଭୁଅଛି ପଦଧ୍ଵନି

ଅଜ୍ଞାନ, ଅଶିକ୍ଷା, ଦୁର୍ନୀତିର କଥା

ପାରିବି କେତେ ବଖାଣି ?

ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ

ସାହସ କରିନି ମୂଷା

ନୀରବ ରହିବା ଉଚିତ ମଣିବା

ବଞ୍ଚାଇବାପାଇଁ ପେଷା l

ତଥାପି ମନରେ ଆଶା ବାନ୍ଧି ଆମେ

ଯିବାରେ ନିତି ଆଗେଇ

ସାମ୍ୟ, ମୈତ୍ରୀ, ପ୍ରୀତି, ମମତା ଡୋରିରେ

ସଭିଙ୍କୁ ବାନ୍ଧିବାପାଇଁ l


Rate this content
Log in

Similar oriya poem from Inspirational