STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

କୃତଘ୍ନ

କୃତଘ୍ନ

1 min
294


କ୍ଷୁଦ୍ର ଏକ ଦେଶ ବ୍ରିଟେନ ତା ନାମ

ସାରା ମୂଲକର ରାଜା

ଭାରତ ଜନନୀ ବୀର ପ୍ରସବିନୀ

ନତମସ୍ତକ ତା ଧ୍ଵଜା।

ଏକରୁ ଆରେକ ବଳୀ ଯହିଁ ବୀର

ବିଦେଶୀ ହସ୍ତରେ ବନ୍ଦୀ

ପରାଧିନତାର ଶୃଙ୍ଖଳ ଚଦର

ଅସୁନ୍ଦର ଦେଶ ପିନ୍ଧି।

ଦେଶ ପରାଧୀନ ନେପଥ୍ୟ କାରଣ

ଜିଜ୍ଞାସା ମନରେ କରି

ମୁନା ପଚାରିଲା ଜେଜେଙ୍କୁ ତାହାର

ମନରେ ଉତ୍ସାହ ଭରି।

ଜେଜେ ହସିଦେଇ ପାଖକୁ ଡକାଇ

କଅଁଳ ଖରାରେ ବସି

କହିଲେ ନାତିଆ ଘଟିଥିଲା ଯାହା

ହୃଦେ ଦୁଃଖ ଦିଏ ବେଶୀ।

ଆମରି ମାଟିର କୃତଘ୍ନ ସନ୍ତାନ

ଧନର ଲାଳସା ଭରି

ବିଦେଶୀ ବଣିକ ପାଶେ ବିକ୍ରି ଶିର

ନିଜ ମୂଲ ନିଜେ କରି।

ଆମରି ରାଇଜ ଯେତେ ଗୁପ୍ତ ତଥ୍ୟ

ଅଜୟ ଦୁଷ୍କର ପଥ

ଇଂରେଜଙ୍କ ପାଶେ ପ୍ରକାଶି ତ୍ବରିତେ

ଦେଶ ସ୍ବାର୍ଥ ପରାହତ।

ଗୃହର ଗୁମର ଭାଷେ ଯଦି ନର

ଆନର ପାଶକୁ ଯାଇ

ସେ ଗୃହ ଦୁର୍ଗତି ଜାଣ ମନ୍ଦମତ୍ତି

ରୋଧି ନପାରନ୍ତି କେହି।

ମୁନା ଏହା ଶୁଣି ମନେ ହୋଇ ଗୁଣି

କଲା ସେହିଠାରେ ପଣ

ଦେଶର ଅହିତ କେବେ ନ ଭାବିବ

ଶୁଝିବ ତାହାର ଋଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational