STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ସହିବି ସବୁ

ସହିବି ସବୁ

1 min
230

ଆସୁ ବିପଦ ଆଉ ଯେ ଝଡ଼

ପୁଣି ଶତ୍ରୁର ଗୁଳି

ସହିବି ସବୁ ମାଟି ମା ପାଇଁ

ମରିବି ପଛେ ଟଳି l


ସ୍ୱାର୍ଥ ପାଇଁ କେବେ ବିକିଦେବି ନାହିଁ

ମନର ବିବେକ ମୋର

ଜାତିର ସମ୍ମାନେ ଜୀବନ ଦେବି ମୁଁ

ନିଜେ ହୋଇ ଛାରଖାର l


ଭାରତ ମାଆର ଅହିଂସା ବାରତା

ଦୁନିଆରେ ଯାଇ କହିବି

ଖଟି ଖାଇ କାଟି ପିନ୍ଧି ଚଳିବାକୁ

ଅନୁରୋଧ ପୁଣି କରିବି l


ଜାତି ଧର୍ମ ନାମେ କେହିବି କାହାକୁ

ବଡ଼ ସାନ ବୋଲି ଭାବିବେ ନାହିଁ

ମିଳିମିଶି ସର୍ବେ କାମ କରିଯିବେ

ମାଟି ମାଆ ଗୁଣ ଗୀତରେ ଗାଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational