STORYMIRROR

Sanuja Meghamala

Inspirational

3  

Sanuja Meghamala

Inspirational

ନାରୀ

ନାରୀ

1 min
230

ନାରୀ ବୋଲି ଅବଳା, ଦୁର୍ବଳା

କହି ଭାଙ୍ଗି ଦିଅନି ମୋ ମନକୁ..

ଫିଙ୍ଗ ନାହିଁ ତାତ୍ସଲ୍ୟର ଶବ୍ଦ

ଶରା ଘାତରୁ ବି ଭୟଙ୍କର

ବିନା ଆଶ୍ରୟେ ନ ବଞ୍ଚନ୍ତି

 କବିତା ବନିତା ଲତା ।


ଲଜ୍ୟାର ଗହଣା ପିନ୍ଧି

ସମ୍ଭ୍ରମର ଓଢ଼ଣୀ ଘୋଡ଼େଇ

କର୍ତ୍ତବ୍ୟ ଜୁଇରେ ନିତି ଜଳେ

ସମ୍ମାନର ଗଙ୍ଗାଜଳେ ସ୍ନାନ କରି।

କେତେ ଆଉ ଦେବି ଅଗ୍ନିପରୀକ୍ଷା ....

 ଥକି ଯାଏ ବାରମ୍ବାର

 ଆଉ ଅବସ ମୋ ପାଦ

 ବିଷର୍ଣ୍ଣ ବିବଶ ମୁଁ ପ୍ରତି ମୁହୂର୍ତ୍ତରେ ।


କିନ୍ତୁ କେବେ ପଢି ପାର କି?

ମୋ ଦେହରେ ଲେଖାହୋଇଥିବା  

କନ୍ୟା ଭଗିନୀ ଜାୟା ଓ ଜନନୀର 

ଫେଣ୍ଟା ଫେଣ୍ଟି କରୁଣ ମଧୁର ଗୀତି

ବ୍ରହ୍ମା, ବିଷ୍ଣୁ ,ମହେଶ୍ୱର ଇଛନ୍ତି

ଜନ୍ମିବାକୁ ମୋ କୋଳରେ ବାରମ୍ବାର

ନାରୀ ନୁହେଁ ମୁଁ ନାରାୟଣୀ

ସକଳ ଶକ୍ତିର ଆଧାର 

ନିଜ ଭିତରେ ନିଜେ ସ୍ଵୟଂ ସମ୍ପୂର୍ଣ୍ଣ।।

ଲୋଡା ନାହିଁ କାହା ଦୟା

ଓ କରୁଣାର ମିଛ ଅହଙ୍କାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational