STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ବିଜ୍ଞାନର ଦାନ

ବିଜ୍ଞାନର ଦାନ

1 min
221


ଶୁଣ ଶୁଣ ବାଳ ଦେଇ ମନ କର୍ଣ୍ଣ

କହିବି ମୁଁ ଯେଉଁ ଗୁଢ କଥା ମାନ

ଦୃଶ୍ୟ ଶ୍ରାବ୍ଯ ଯନ୍ତ୍ର କରି ଉଦ୍ଭାବନ

ସୁଖେ ଭରିଅଛି ମାନବ ଜୀବନ।


ପାଣିପାଗ ସ୍ଥିତି କରି ନିରୀକ୍ଷଣ

କମ୍ପ୍ୟୁଟର ଦ୍ବାରା ହୁଏ ବିଶ୍ଳେଷଣ

ତାପ ନିୟନ୍ତ୍ରିତ ଆମରି ସଦନ

ଇଣ୍ଟରନେଟରେ ମିଳେ ମୁକ୍ତ ଜ୍ଞାନ।


ଗଗନ ପଥରେ ଉଡ଼େ ବ୍ଯୋମଯାନ

ରେଳପଥେ ଚଳେ ରେଳଗାଡ଼ି ମାନ

ସଡକେ ବଅସ ଟ୍ରଅକ ଗମନ

ପରୀକ୍ଷାରେ ଜଣା ରୋଗର ନିଦାନ।


କରାମତି ସବୁ ବିଜ୍ଞାନର ଦାନ

ସହଜ ହୋଇଛି ମାନବ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational