ସମାଜର ଅଙ୍ଗ
ସମାଜର ଅଙ୍ଗ
ସଞ୍ଜ ଆସିଯାଏ ରଙ୍ଗ ତୁଳୀ ଧରି,
ସୂରୁଜ ଗଲେ ବୁଡି ।
ବୟସର ଗାଡି ଗଡି ଗଡି ଗଲେ,
ଆଉ ଆସେନାହିଁ ଫେରି ।।
ଜୀବନ ସାଗରେ ଜୁଆର ଆସୁଛି,
ସ୍ଥାନ,କାଳ ଦେଖେନାହିଁ ।
ସଜାଗ ହୋଇ ହେ ଜଗତେ ଚାଲିବ,
ମଥାକୁ ସଦା ନୁଆଇଁ ।।
ବିଧାତା ଲେଖିଛି ବିଧାନ ଆମରି,
କରିପାରିବାନି ଆନ ।
ଆମେ ବା ମଣିଷ ମଣିଷତ୍ୱ ରଖି,
ସଭିଙ୍କୁ ଦେବା ସମ୍ମାନ ।।
ମାଟିର ମାନବ ମାଟିରେ ମିଶିବୁ,
ଗର୍ବ,ଅହଂକାର ଛାଡି ।
ପଶୁପକ୍ଷୀ,ବୃକ୍ଷ ଅବା ନର,ନାରୀ,
ସଭିଙ୍କୁ ନେବା ଆଦରି ।।
ମନରେ ରଖିବା ସଂଯତ ଆମରି,
ଭାଷାକୁ ଦେବା ସମ୍ମାନ ।
ଆମ ମାତୃଭାଷା ଓଡ଼ିଆ ଭାଷାକୁ,
କରିବାନି ଅପମାନ ।।