STORYMIRROR

Gunanidhi Samal

Inspirational

3  

Gunanidhi Samal

Inspirational

ପାଠପଢ଼ ଭାଇ ପାଠପଢ଼

ପାଠପଢ଼ ଭାଇ ପାଠପଢ଼

1 min
214

ପାଠପଢ଼ ଭାଇ ପାଠପଢ଼

ମନ ଲଗାଇକି ପାଠପଢ଼

ପାଠ ଦେଖାଇବ ବଞ୍ଚିବାର ପଥ

ସୁନାର ଭାରତ ତୁହି ଗଢ଼ ।

ପାଠପଢ଼ ଭାଇ ପାଠପଢ଼

ପାଠପଢା କେବେ ନୁହଁ ଭିଡ

ପଢିଥିଲେ ପାଠ ଜିଣିବୁ ଜଗତ

ଆଜିନାହିଁ କାଲି ହେବୁ ବଡ଼ ।

ପାଠପଢ଼ ଭାଇ ପାଠପଢ଼

କିଏ'ବା କହିବ ତୋତେ ଜଡ

ପାଠପଢ଼ି ବଡ଼ ମଣିଷ ହୋଇ'ତୁ

ମଧୁବାବୁ ପରି ଘୋଡ଼ା ଚଢ଼ ।

ପାଠପଢ଼ ଭାଇ ପାଠପଢ଼

ପାଠରେ ନକର ଗଡ଼ବଡ

ପାଠବଳେ ତୁହି ଅସାଧ୍ୟ ସାଧିବୁ

ଫୁଲସିନା ଫୁଟେ ଥିଲେ କଢ଼ ।

ପାଠପଢ଼ ଭାଇ ପାଠପଢ଼

ପାଠରେ ନଥାଏ ସାନ ବଡ଼

ବଡହେଲେ ତୁହି ହାକିମ ହୋଇବୁ

ଟଙ୍କା ଗଣୁଥିବୁ ଖଡ ଖଡ଼ ।



Rate this content
Log in

Similar oriya poem from Inspirational