ହେ ବିଜ୍ଞ ମାନବଜାତି
ହେ ବିଜ୍ଞ ମାନବଜାତି
ହେ ବିଜ୍ଞ ମାନବଜାତି
ପ୍ରଖର ପ୍ରଜ୍ଞାର କଉଶଳରଚି
ଜିଣିପାର ଏହି କ୍ଷିତି !
ତୁମେ ସେ ମଣିଷ ଜାତି....
ସୃଷ୍ଟିରେ ତୁମେ ଶ୍ରେଷ୍ଠତ୍ବରେ ଗଣା
ଈଶ୍ୱରଙ୍କ ପ୍ରିୟ ସୃଷ୍ଟି
ଯାହାଙ୍କ ଭକ୍ତିରେ ମୁଗ୍ଧ ଦେବତା
ଆଶିଷ କରନ୍ତି ବୃଷ୍ଟି !!
ଯାର ଅଭିପ୍ରେତ ଚନ୍ଦ୍ରଯାନ ଦୁଇ
ଲଙ୍ଘିଛି ସରଗ ପୁର
ସୃଜନୀ କଳାର ଅଦ୍ଭୁତଶକ୍ତି
ଯା ଠାରେ ହୋଇଛି ଠୁଳ !!
ତୁମେ ସେ ମଣିଷ ଜାତି....
ମହାଜାଗତିକ ଚେତନାରେ ଭରା
ଜୀବ ରେ ଅଲିଭା ଜ୍ୟୋତି,
ସେଇ ଜାତି ଆଜି ନିରୁପାୟ କିଆଁ
ଭୁଲି ଯାଏ ନିଜ ଧର୍ମ
ମାନବିକତାର ମୂଲ୍ୟବୋଧରୁ
ବାରି ପଡେ ତାର କର୍ମ !!
ନୀତି ଅନୀତିର ବିଚାର କରେନି
ଭୁଲ ଠିକ ନ ବିଚାରେ
ସାମାଜିକତାର ଶୃଙ୍ଖଳା ନ୍ୟୁନ
କାହିଁକି ହୁଏ ତା ଠାରେ !!
ବିବେକ ବୁଦ୍ଧି ଜ୍ଞାନ ବଳେ ଏ
ଜାତି ସିନା ବଳିୟାର
ଅଵିଵେକପଣ ଅଜ୍ଞାନ ତିମିର
ଘୋଟି କରେ ଛାରଖାର !!
ସେ ଜାତିର ଆଜି ଅଧଃପତନ
କାହିଁକି ହେଉଛି କୁହ
ବିଧାତାର ପରା ଏତେ ଆପଣାର
ଅଟ ତାଙ୍କ ଏତେ ପ୍ରିୟ !!
ହେ ମହାଜାତିର ହେ ମଣିଷମାନେ
ଉଠ ଜାଗ୍ରତ ହୁଅ
ବିଶ୍ୱ ସ୍ରଷ୍ଟାଙ୍କ ସୃଷ୍ଟିକୁ ଥରେ
ଅମୃତ ସ୍ପର୍ଶ ଦିଅ !!