Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Inspirational Others

3  

Manorama Mohanty

Inspirational Others

ସୁନ୍ଦର ମୋ ଓଡିଶା ଭୂଇଁ

ସୁନ୍ଦର ମୋ ଓଡିଶା ଭୂଇଁ

1 min
147



ସୁନ୍ଦର ମୋ ଓଡିଶା ଭୂଇଁ 

     ସୁନ୍ଦର ତା ପାହାଡ଼ ଝର ¡

ସୁନ୍ଦର ତା ସବୁଜକ୍ଷେତ 

     ପଡିଆ ଭୂଇଁ ଅଗଣା ଘର !

ସୁନ୍ଦର ମୋ କଳାଠାକୁର 

     ସୁନ୍ଦର ତା ହସର ଠାଣି !

ଦେଉଳେ ନେତ ଉଡ଼ୁଛି ତାର 

      ଘୋଷଣାକରି ସାମ୍ୟବାଣୀ !

କୋଣାର୍କର ପଥର ଦେହେ 

      ସୁନ୍ଦର କି ଶିଳ୍ପୀ କଳା !

ଧର୍ମପଦ ନିହାଣ ବାଜି

     ହୋଇଛି ସେତଆଲୁଅଝଳା !

ବାରବାଟୀର ଭଙ୍ଗା ଦେହେ 

      ଏବେବି ଉଠେବୀରର ତାତି 

ଧନ୍ୟ ଏଇ ମାଟିର ପୁଅ 

     ଧନ୍ୟ ମୋର ଓଡ଼ିଆ ଜାତି !

ଏଇ ମାଟିର ସବୁତ ଭଲ 

     ସୁନ୍ଦର ମୋ ଓଡିଶା ଭୂଇଁ !

ଜୀବନ ଦେଇ ଏଇ ମାଟିର 

     ଗଉରବ ଯେ ରଖିବି ମୁହିଁ !

   


Rate this content
Log in

Similar oriya poem from Inspirational