STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ମାଆ ପରି କିଏ ହେବ?

ମାଆ ପରି କିଏ ହେବ?

1 min
313

ନିଜ କଥା ସବୁ ପାସୋରି ଦେଇ ସେ

ଛୁଆ ପାଇଁ ସାରେ ସାରା ଜୀବନ

ଯେତେବେଳେ କଥା ହୁଏ ମୋର ସାଥେ

ଆଗେ ପଚାରେ କ'ଣ ଖାଇଛୁ ଧନ?


ସହିଯାଏ ସବୁ ଆଖିବୁଜି ସିଏ

କହେ ନାହିଁ କେବେ ମନର କଥା

ଛୁଆ ତାର ଖାଲି ସୁଖରେ ରହିଲେ

ସରିଯାଏ ତାର ମନର ବ୍ୟଥା l


ନଖାଇ ନପିଇ ରଖିଦିଏ ସବୁ

ଛୁଆ ଖାଇଲେ ତା ପେଟ ପୁରଇ

ଦିନ ରାତି ଭୁଲି କାମ ସେ କରଇ

ତା ଛୁଆ ହସିଲେ ସିଏ ହସଇ l


ଧନ୍ୟ ହେ ବିଧାତା ଧନ୍ୟ ତୋର ଲୀଳା

ଧନ୍ୟ ପୁଣି ତୋର ସୃଷ୍ଟି ବିଚିତ୍ର

କେତେ ଆଦରରେ କେତେ ଯତନରେ

ଭିଆଣ କରିଛୁ ମାଆ ଚରିତ୍ର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational