Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Inspirational

3  

Ghanashyam Biswal

Inspirational

ହେଉ ମୋ ମରଣ

ହେଉ ମୋ ମରଣ

1 min
281


ହେଉ ମୋ ମରଣ ଦେଶ ପାଇଁ ମୋର

ସେବା କରି ତାର ସରୁ ଜୀବନ

ଦୁଃଖୀରଙ୍କି ହାତ ଧରି ଚାଲୁଥିବି

ରଖିବି ତାହାର ମାନ ସମ୍ମାନ l


ଦେବି ମୁଁ ରକତ ତାହାରି ସେବାରେ

ହାଡ଼ ମାଂସ ଅଛି ଯେତେ ଶରୀରେ

ଭୋକିଲାକୁ ଦାନା ଗରିବକୁ କନା

ଦେବି ପରିଶ୍ରମ କରି ମହୀରେ l


ନିଜ ସ୍ୱାର୍ଥ ପାଇଁ ଜୀବନ ହାରିଲେ

ବୃଥା ସିନା ହେବ ଜୀବନ ମୋର

ଜାତି ହିତ ପାଇଁ ସର୍ବସ୍ୱ ହାରିଲେ

ଆତ୍ମା ଦିନେ ଶାନ୍ତି ପାଇବ ମୋର l


ନିଜ ଜୀବନକୁ ବାଜିରେ ଲଗାଇ

ମୋ ଦେଶ ସଇନ କରଇ ସେବା

ଆସ ଭାଇ ଆସ ହାତ ଧରି ଆମେ

ମାଆ ମାଟି ପାଇଁ ଜୀଵନ ଦେବା l



Rate this content
Log in

Similar oriya poem from Inspirational