STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ମୋ ଭାରତ

ମୋ ଭାରତ

1 min
187


ମୋ ଭାରତ

ବିଶାଳ ଭାରତ

ଅଖଣ୍ଡ ଭାରତ


ଐକ୍ୟ ସମନ୍ୟୋୟ

ଭାଇଚାରା ଯାହାର ମୂଳ ମନ୍ତ୍ର

ବିଭିନ୍ନତା ଭିତରେ ଏକତା

ଯାହାର ଲକ୍ଷ୍ୟ

ଏକରୁ ଅନେକ ଅନେକରୁ ଏକ ତାର ପରିଭାଷା


ମନ୍ଦିର ମସଜିଦ ଗୀର୍ଜା ଗୁରୁଦ୍ୱାର

ଏଠି ଶାନ୍ତିର ବାର୍ତା ଶୁଣାଏ

ପାହାଡ଼ ପର୍ବତ ନଦୀ ଝରଣା

ଆମ ସୁନ୍ଦର ପ୍ରକୃତିର ଝଙ୍କାର ଗାଏ


ଦେଶପ୍ରେମର ତିରଙ୍ଗା ଫରଫର ଉଡେ ନୀଳ ଆକାଶରେ

ଗାଁ ଠୁ ସହର

ସହରର ରାଜରାସ୍ତା ଗାଁ ର ନାଲି ଗୋଡିକୁ ଛୁଉଁଏ

ଆମ ପରମ୍ପରା ସଂସ୍କୃତି ଆମକୁ ନିଜର କରାଏ


ସେହି ମୋ ଭାରତ

ବିଶାଳ ଭାରତ 

ଅଖଣ୍ଡ ଭାରତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational