ସହିବି ଜୀବନେ
ସହିବି ଜୀବନେ
ଦୁଇଦିନ ପାଇଁ ଆସିଛି ମହୀରେ
କିଏ ଜାଣେ କେବେ ହେବ ମରଣ
ମୋ ମାଆ ଭାରତୀ ସେବା କରି କରି
ସରିଯାଉ ମୋ ଜୀବନ ପ୍ରାଣ l
କି ନେଇ ଆସିଛି ଅବା କଣ ନେବି
ମିଛ ମାୟାର ସଂସାରେ
ଯାତନା ସହିବି ଦରଦ ସହିବି
ମାଟି ମାଆର ହିତରେ l
ଏ ଦେହ ରକତ ଏ ଦେହ ମାଉଁସ
ସବୁ ତ ତାହାରି ପାଇଁ
ବୃଥାରେ କାହିଁକି ସ୍ୱାର୍ଥପର ହେବି
ଦୁଃଖୀ ସେବା କରି ଯାଉ ଜୀବନ l
