STORYMIRROR

Rajashree Acharya

Inspirational

3  

Rajashree Acharya

Inspirational

ମାଲୋ ମୁଁ ନୁହେଁ ପର

ମାଲୋ ମୁଁ ନୁହେଁ ପର

1 min
277

ଜନ୍ମ ଦେଇଥିଲୁ ମା 

ତୋ ଅଗଣା ରେ ଖେଳି କଣ ପାରିବିନି

ମରଣ ଦେଲୁ ନାହିଁ ମା

ଏ ନର୍କ ଯନ୍ତ୍ରଣା ସହି ପାରିବିନି

ସ୍ବପ୍ନ ଯଦି ଦେଖିବାର ଅଧିକାର ନାହିଁ

ତେବେ ତୋ କୋଳ ରେ ଶୁଏଇଲୁ କଣ ପାଈଁ

ଚାଲି ଯଦି ପାରିବି ନାହି

ଶିଖେଇଲୁ ଦୁନିଆଦାରି କଣ ପାଇଁ

ସ୍ୱାର୍ଥ ପର ନୁହେ ଲୋ ମା ମୁଁ

ଅଟେ ମୁହିଁ ତୋର ଦାସୀ

କହ ଲୋ ତୋ ଦୁଖ ଦେଖି ନପାରେ ମୁହିଁ

ଶୁଣିବି ସବୁ ଯାତନା ବସି

ଘାଟେ ପଡ଼ି ଗାଁ ଦାଣ୍ଡ ରେ ଗଡିଲାଣି ଖବର

ଜାଣି ନାହିଁ ମୁହିଁ ଥିଲି ମୁହିଁ ଅଜଣା ଦେଶର

ଲଢିବି ତୋହାରି ପାଇଁ ଲୋ ମା

ଗଲେ ଯାଉ ମୋ ଜୀଵନ

ତୋ ଠୁ ପାଇଛି ଜୀଵନ ରେ ମା

ଆଣିବି ତୋ ପାଇଁ ନବ ସୂର୍ଯ୍ୟ ର ସକାଳ

ନାମ ତୋର ଟେକିବି

ତୋ ପାଇଁ ଜୀବନ ଦେବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational