Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4  

Jagannath Barik

Abstract

କୁହୁଡ଼ି

କୁହୁଡ଼ି

1 min
608


କୁହୁଡ଼ିର ଅନ୍ୟନାମ ଅଟେ କୁଜ୍ଝଟିକା

ତୁଷାର କୁହେଳି ଚୂର୍ଣ୍ଣ ଜଳୀୟ ଝଟିକା |


ଶୀତ ଦିନେ କୁହୁଡ଼ି ହୁଅଇ ଦୃଶ୍ୟମାନ

ଧରା ଶିଶିରାଙ୍କ ଛୁଁଏ ହ୍ରାସ ତାପମାନ |


ଜଳୀୟ ବାଷ୍ପଟି ଧୂଳିକଣା ସହିତରେ

ଯୁକ୍ତ ହୋଇ ଘନୀଭୂତେ ଭାସଇ ଅମ୍ବରେ |


ଘନ କୁହୁଡ଼ିରେ ଦେଖାଯାଏନାହିଁ ପଥ

ଆଲୋକ କୁହୁଡ଼ି ଭେଦନକୁ ଅସମର୍ଥ |


ତେଣୁ ଦୁର୍ଘଟଣା ଘଟିବାର ସମ୍ଭାବନା

ଦ୍ରୁତଗାମୀ ଯାନ ପାଇଁ ସାଜଇ ଯନ୍ତ୍ରଣା |


ସ୍ଥଳଗାମୀ ଜଳଗାମୀ ବ୍ୟୋମଗାମୀ ଯାନ 

ସ୍ଥଗିତ କରନ୍ତି ଯାତ୍ରା ଯାତ୍ରୀ ହଇରାଣ |


ଥରିଯାଏ ଅଵୟଵ ତନୁ ହୁଏ ଆର୍ଦ୍ର

ଦୁର୍ଘଟଣାର ଶରବ୍ୟ ଜୀବନ ବିପଦ |


ବେଳେ ବେଳେ କୁହୁଡ଼ିଟି ତିନ୍ତାଏ ମେଦିନୀ

ମରୁଯାତ୍ରୀ ପାଇଁ ଏହା ଅହିତ ସାଧିନୀ |


ସୂର୍ଯ୍ୟ ଉଦୟ ହୋଇଲେ କୁହୁଡ଼ି ବିଲୁପ୍ତ

ଜଳକଣା ସୌର ତାପେ ହୁଏ ବାଷ୍ପୀଭୁତ |


ଥରେ ଥରେ ରହେ ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ

ପ୍ରାଣୀଙ୍କ ଜୀବନ ଯାତ୍ରା ହୁଏ ବିପର୍ଯ୍ୟସ୍ତ |


ଆମ୍ବ ବଉଳକୁ ଏହା ବିପଦଜନକ

କଷି ଧରିବାକୁ ସାଜେ ପ୍ରବଳ ବାଧକ |


ଆଳୁ କୋବି ସୋରିଷାଦି ଫସଲ ବିନଷ୍ଟ

ରୋଗ ପୋକ ବୃଦ୍ଧି ହୁଏ ଚାଷୀଙ୍କ ସଙ୍କଟ |


ମୁଗ ଚଣା ବୁଟ ବିରି ପାଇଁ ହୁଏ ଅନୁକୂଳ

କୁହୁଡ଼ିତ ତରୁଲତା ପାଇଁକି ଦୁକୂଳ |


ତଥାପି କୁହୁଡ଼ି ପ୍ରକୃତିର ବରଦାନ

କୁହୁଡ଼ି ବିନା କମିବ ବର୍ଷା ପରିମାଣ |


Rate this content
Log in

Similar oriya poem from Abstract