ବାଷ୍ପାକୁଳ ତାପ
ବାଷ୍ପାକୁଳ ତାପ
ସରି ଗଲା ଚଇତାଳି
ମନେ କେତେ ଆଶା ବୋଳି .......
ଚାହିଁ ବସି ଥାଏ ଏକ ନିଦାଘ ଉତ୍ତାପ
ସୁଖ ଶାନ୍ତି ଧ୍ୱଂସ କରିବାକୁ ।
ମୁଖ ଗହ୍ୱରରୁ ଆଗ୍ନେୟ ଗିରି
ଯେଉଁ ଦିଗେ ଦେଖ ଅଦୃଶ୍ୟ ବାଷ୍ପ
କେବଳ ଗିଳି ଚାଲିବ , ଗିଳି ଚାଲିବ ......
ଏମିତି ଏକ ଦାହ
ଯାହାର କ୍ଷମତା ସମ୍ମୁଖେ ସୂର୍ଯ୍ୟ ଶକ୍ତିହୀନ
ଆଉ କେହି ନୁହେଁ ମୋହ ।
ତାର କବଳରୁ ନିସ୍ତାର ନାହିଁ .....
ଏଇ ତ ଦୁନିଆଁର ଲୋଭର ଗ୍ରୀଷ୍ମ ପ୍ରବାହ
ମଧୁର ମୃଦୁ ସମୀରଣକୁ ବିଷାକ୍ତ କରେ
ଉତ୍ତାପ ରୂପି ଯାତନାର ବୀଜଟିଏ
ସଂଲଗ୍ନେ ଉଭେଇ ଯାଏ ମଣିଷ ପଣିଆ
ସ୍ଥାଣୁ ମୂର୍ତ୍ତି ପରି ଦେଖୁ ଥାଏ .......
