STORYMIRROR

Prabhati Mahapatra

Abstract Others

3  

Prabhati Mahapatra

Abstract Others

ବାଷ୍ପାକୁଳ ତାପ

ବାଷ୍ପାକୁଳ ତାପ

1 min
164


ସରି ଗଲା ଚଇତାଳି

ମନେ କେତେ ଆଶା ବୋଳି .......

ଚାହିଁ ବସି ଥାଏ ଏକ ନିଦାଘ ଉତ୍ତାପ

ସୁଖ ଶାନ୍ତି ଧ୍ୱଂସ କରିବାକୁ ।

ମୁଖ ଗହ୍ୱରରୁ ଆଗ୍ନେୟ ଗିରି

ଯେଉଁ ଦିଗେ ଦେଖ ଅଦୃଶ୍ୟ ବାଷ୍ପ

କେବଳ ଗିଳି ଚାଲିବ , ଗିଳି ଚାଲିବ ......

ଏମିତି ଏକ ଦାହ

ଯାହାର କ୍ଷମତା ସମ୍ମୁଖେ ସୂର୍ଯ୍ୟ ଶକ୍ତିହୀନ

ଆଉ କେହି ନୁହେଁ ମୋହ ।

ତାର କବଳରୁ ନିସ୍ତାର ନାହିଁ .....

ଏଇ ତ ଦୁନିଆଁର ଲୋଭର ଗ୍ରୀଷ୍ମ ପ୍ରବାହ

ମଧୁର ମୃଦୁ ସମୀରଣକୁ ବିଷାକ୍ତ କରେ

ଉତ୍ତାପ ରୂପି ଯାତନାର ବୀଜଟିଏ

ସଂଲଗ୍ନେ ଉଭେଇ ଯାଏ ମଣିଷ ପଣିଆ

ସ୍ଥାଣୁ ମୂର୍ତ୍ତି ପରି ଦେଖୁ ଥାଏ .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract