କୁହଥରେ
କୁହଥରେ
ଯୁବାବସ୍ଥାକୁ ବିକ୍ଷିପ୍ତ ନ କରି
ଅନୁଭୂତି ଶୀଳ ବୃଦ୍ଧାବସ୍ଥାକୁ
ଟିକିଏ ସମ୍ମାନ ଦେଇ ତ ଦେଖ
ଆଉ,
କୁହ ଥରେ ସେ ଅନୁଭବ ର କଥା ।
ସବୁ ଦିଗରୁ ଶକ୍ତି ସମ୍ପନ୍ନ ତୁମ ଜୀବନରୁ
ଦୁର୍ବଳଙ୍କୁ କିଛି ଟା ବାଣ୍ଟି ଦେଖତ
ଆଉ,
କୁହ ଥରେ ସେ ଅନୁଭବର କଥା ।
ଭୂଲ୍ କୁ ଥରେ ହୃଦୟରୁ ସ୍ଵୀକାର କରି
ଦେଖ ତୁମ ଚାରିପାଖକୁ
ଝୁଙ୍କି ପଡ ଟିକେ ନିଜ ହୃଦୟକୁ
ଆଉ,
କୁହ ଥରେ ସେ ଅନୁଭବ ର କଥା ।
ଅସ୍ଥାୟୀ ଜୀବନ ଆଉ
ଅସ୍ଥାୟୀ ଶରୀର
ଆଉ,
ତା ମଧ୍ୟରେ ସମୟ ବି ଧାବମାନ
ତା ଭିତରେ ନିଜକୁ ପଚାର
ଆଉ କହିଦିଅ
ତୁମ ଅନୁଭବେ ଲେଖା ଥିବା
ସ୍ଥାୟୀତ୍ବ ଠିକଣା ।