STORYMIRROR

Anirudha Kund

Classics Others

3  

Anirudha Kund

Classics Others

କୁଆଁର ପୁନେଇଁ

କୁଆଁର ପୁନେଇଁ

1 min
308


ମରତ ମାଟିରୁ ଶରତ ଗଲାଣି

  ଆସିଲା ହେମନ୍ତ କାଳ

ସବୁଜ ମହୀକୁ ଆକାଶେ ଭାସଇ

   ଭିଣା ତୁଳା ମେଘ ମାଳ ।


ଗାଆଁ ନଈ କୂଳେ କାଶତଣ୍ଡୀ ମୁଣ୍ତି

   ସବୁ ଛିଣ୍ଡି ପଡ଼ିଲାଣି

ଶିଶିର ଛୁଆଁରେ ସବୁଜ ଧାନ ତ

    ସୁନା କେଣ୍ଡା କାଢ଼ିଲାଣି


ସ୍ବଳପ ବୟସୀ ଶେଫାଳୀ ପ୍ରିୟସୀ

    ମହକରେ ଚହଟିଲାଣି

କୁଆଁରି କଅଁଳ ମନ ନିଏ ଟାଣି

   ଗାଁ ପଦୁଅଁ ପୁଷ୍କରଣୀ 


ଘାସ ପତର ରେ ବୁଣିଛି ହେମନ୍ତ

   କେମନ୍ତ ମୁକୁତା ପାଣି

ସକାଳୁ ସକାଳୁ  ଶୀତୁଆ ପବନ

   ମନ ମୋର ନିଏ କିଣି ।


ଆକାଶରେ ଏବେ କୁଆଁର ପୁନେଇଁ   

   ଜହ୍ନ ସଜେଇ ହେଲାଣି

ମାଆ ଗଜଲକ୍ଷ୍ମୀ ପୂଜାର ବିଧାନ

 କୁଆଁରି ଝିଅ କଲେଣି


ସ୍ମୃତିରେ ଜୀବନ୍ତ କୁଆଁର ପୁନେଇଁ 

   ଗାଁ ନଈ ପଠା ବାଲି

ବୟସ ସିଡିରେ ସଂସାର ଚଢି ମୁ୍ଁ

  ହଜାଇଛି ମୋର କାଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics