Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

4  

Birakishore Nayak

Tragedy

କଥାରେ କଥାରେ ଏକସ୍ତରୀ ବର୍ଷ

କଥାରେ କଥାରେ ଏକସ୍ତରୀ ବର୍ଷ

1 min
232



ସାଧାରଣତନ୍ତ୍ର ଭାବେ ପରିଚିତ

     ବିଶ୍ୱରେ ଭାରତ ବର୍ଷ,

କଥାରେ କଥାରେ ଏକସ୍ତରୀ ବର୍ଷ

     ବୃଥାରେ ହୋଇଛି ଶେଷ |

ଜାଣି ନପାରନ୍ତି ଜନ ସାଧାରଣ

     ହେଲେଣି ଭିକାରି ବୋଲି,

ଚାଉଳ ଗଣ୍ଡାଏ ମିଳିଗଲେ ଖୁସି

     ଯାଉଛନ୍ତି ସତ୍ୟ ଭୁଲି |

ଦେଶର ଉନ୍ନତି ବହୁତ ହେଉଛି

     ଖବର କାଗଜ ଲେଖେ,

ନେତା ମାନଙ୍କର ଭାଷଣ ବାଜିରେ

     ଦିନ କି କଟିବ ସୁଖେ ?

ସବୁତ ଚାଲିଛି ପୁଞ୍ଜିପତି ସ୍ଵାର୍ଥେ

     ଆଇନ ବାଟେ ଆଇନ,

ଶାସନ ଗାଦିକୁ ଛାଡି ଆଉସବୁ

     ହୁଏ ଘରୋଇ କରଣ |

ଶିକ୍ଷା, ସ୍ୱାର୍ଥ କଥା କଥାରେ କଥାରେ

     ଅବା ଚାଲେ ଘୋଷଣାରେ,

ସବୁ ବିଭାଗରେ ଅନ୍ୟାୟ ଅନୀତି

     ଚାଲୁଅଛି ନିର୍ଭୟରେ |

ଶୋଷଣର କାୟା ବଢ଼ି ଯେ ଚାଲିଛି

      ସତେ କି ଆଇନ ତାହା,

କାହା କଥା କିଏ ଶୁଣିବାକୁ ନାହିଁ

      ନିଜ ସ୍ୱାର୍ଥ ଚିନ୍ତା ଯାହା |

ଜଳ ସେଚନ ର ସୁବିଧା ପାଇଁତ

     ହେଉନାହିଁ ନଦୀବନ୍ଧ,

କୃଷକ ବାପୁଡ଼ା ଚାଷ ଛାଡି ଆଜି

     ବେପାରେ ପୁରାଏ ମୁଣ୍ଡ |

ରାଜପଥ ସବୁ ତିଆରି ଚାଲିଛି

     ପୁଞ୍ଜିପତି ସ୍ୱାର୍ଥପାଇଁ,

ଶିଳ୍ପ ସୃଷ୍ଟ ଦ୍ରବ୍ୟ ପରିବହନରେ

     ଅସୁବିଧା ହେବନାହିଁ |

ତୈଳ ଦର ବୃଦ୍ଧି ଦୈନିକ ବଢ଼ୁଛି

     ହେଲାଣି ଆକାଶ ଛୁଆଁ,

ତୈଳରେ ଟିକସ କମୁନାହିଁ କିନ୍ତୁ

     ଲୋକଙ୍କୁ ଭୁଲାନ୍ତି ଭୁଆଁ |

ଏଇତ ଶାସନ ଥାଇ ସମ୍ବିଧାନ

     ଚାଲେ କଥାରେ କଥାରେ,

 ପଛ ଚାଟୁକାର ଅଭାବ ନାହାଁନ୍ତି

     ଭଦ୍ରମୁଖା ପୋଷାକରେ |


Rate this content
Log in

Similar oriya poem from Tragedy