STORYMIRROR

Debadatta Jena

Classics Inspirational Children

3  

Debadatta Jena

Classics Inspirational Children

କଥାମୃତ..

କଥାମୃତ..

1 min
163

ମଧୁର ବିନୟ ବଚନ, କହି ତୋଷିବ ଜନ ମନ,

ଶୁଣି ସନ୍ତୋଷ ଭଗବାନ,ଏ ଅଟେ ସାଧୁର ବଚନ!!

ମନରେ ନ ଦେବ ଆଘାତ, ହୃଦୟେ ଛନ୍ତି ଭଗବାନ,

ମୂଖ ନିଃସୃତ କଟୁ ବାଣୀ, ଧନୁ ନିର୍ଗତ ବାଣ ଜାଣି!!

କହିବା ପୁର୍ବୁ ଚିନ୍ତା କଲେ, କହିବା ଅର୍ଥ ଭେଦ ଭଲେ,

କାହାର କିଛି ନଷ୍ଟ ନୋହୁ,ସେ ଜନ ଯାହା ସେ ଭାବୁ!!

ଜିହ୍ୱାରେ ଅଛନ୍ତି ମା ଲକ୍ଷ୍ମୀ, ଭଲ ମନ୍ଦରେ ବତା ଅନ୍ତି!!

ମୂଖ ନିଃସୃତ ଭାଷା ଜାଣି,ସେ ଭାଷା ସମାନ ନୁହଁଇ,

ମରମ ଭେଦରୁ ଭାଷା ଟି, ହୃଦୟ କନ୍ଦର ଭାବ ଟି !!

କହିବା ଆଗରୁ ଭାବିବ, କହିବା ପଛରେ ଜାଣିବ,

କହିବା ପରେ ଚିନ୍ତା କରି,ଆପଣା ହସ୍ତେ ଜିହ୍ୱା ଚ୍ଛେଦି!!

ବଚନେ ନ ହୁଅ ଦରିଦ୍ର, ଆଘ୍ରାଣେ ଭୋଜନ ସମାନ,

ବୁଭୁକ୍ଷୁ ପାପ ଯେ କରଇ, କଥା କାମରେ ଅ ଭାସନ୍ତି!!

କହିବା ଆଗରୁ ସାବଧାନ, ବିପଦ ଠାରୁ ଦୂରେ ମାନ,

ମନରୁ କହୁ ଥିବା ଭାଷା, କାଳେ ପ୍ରାପତେ ହୁଏ ତାହା!!

କହି ଜାଣିଲେ କଥା ମିଠା, ନ କହିଲେ ଲାଗେ ସେ ପିତା,

ଭାବରେ ବାନ୍ଧିଲେ ଭଗତ, ଈଶ୍ୱର ଅବଶ୍ୟ ନିଶ୍ଚୟ!!

ମୂଖରେ ଭଗବାନ ବିଷ୍ଣୁ, ଶବ୍ଦ ବ୍ରହ୍ମ ଯେ ମନେ ଚିହ୍ନୁ,

ସେ ନାଦେ ଅଖଣ୍ଡ ଯେ ବ୍ରହ୍ମ, ଭାଷା ରଚିଲେ ଭାଗବତ,

ସେ ଶବ୍ଦ ବ୍ରହ୍ମ ଭେଦ ଜାଣି, ହେଳେ ତରିଲେ ଅବତରି!!

ସେ ମହିମା ଯେ ବଖାଣିଲେ,ବିପ୍ର ଜଗନ୍ନାଥ ବୋଇଲେ,

କହଇ ଦାସ ଜଗନ୍ନାଥ, ଭାବ ଚରିତେ ଭାଗବତ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics