Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Romance

3  

Umashankar Satpathy

Romance

କଥା

କଥା

1 min
369



କଥା ତୁମ 

ଆଖିର ନୁହେଁ,

କଥା ତୁମ 

ଓଠର ନୁହେଁ,

କଥା ତୁମ ଖୋଷା

ଗୋଲାପର ନୁହେଁ,

କଥା ତୁମ ଝୁମକାର 

ବି ନୁହେଁ ...

କଥା ତୁମ ଓଢନି 

ଚୁମକିର ବି ନୁହେଁ

କଥା ତୁମ ଅଣ୍ଟାବିଛା

ମିନାକାମର ନୁହେଁ

କଥା ତୁମ ପାଉଁଜିର

କେବେବି ନୁହେଁ,

କଥା ପ୍ରଣୟ ପୃଷ୍ଠାର

ବି ଜମା ନୁହେଁ

କଥା ତୁମ ଅବୁଝା 

ମନର ବି ନୁହେଁ

କଥା ସ୍ଵପ୍ନ ପୂର୍ବରୁ

ନିଦ ଭାଙ୍ଗିବାର ନୁହେଁ

କଥା ତୁମ ରଙ୍ଗୀନ୍ 

ଚୁମାର ବି ନୁହେଁ

କଥା ତୁମ ଦୁଷ୍ଟ 

ଇଙ୍ଗିତର ତ ନୁହେଁ

କଥା ତୁମ 

ପାଦଛନ୍ଦର ବି ନୁହେଁ

କଥା ହସିହସି 

ଲୁଚାଇଥିବା ଲୁହର ନୁହେଁ

କଥା ଯାହା କେବଳ 

ତୁମ ଲୋଡ଼ାପଣର...

କଥା ତୁମକୁ ନଦେଖି 

ତୁମ ଛବି ଆଙ୍କିବାର

କଥା ତୁମକୁ ନଛୁଇଁ

ଅନୁଭୂତ ଶିହରଣର.

ତୁମ ମାନ ଅଭିମାନର

କଥା ଗୋଟେ !

ଶବ୍ଦବିହୀନ ଉପଲବ୍ଧିର...।

 


Rate this content
Log in

Similar oriya poem from Romance