Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Romance Tragedy

3  

Gunanidhi Samal

Romance Tragedy

କଥା ଦେଇଥିଲ

କଥା ଦେଇଥିଲ

1 min
188


କଥା ଦେଇଥିଲ ଆସିବାକୁ ପ୍ରିୟ

କାହିଁତ ଆସିଲ ନାହିଁ,

କେତେତାତି ଛାତି ଭିତରେ ବିତିଲା

ତୁମ ରାହା ପଥ ଚାହିଁ,

ବାତାୟନ ପାଶେ ବସିଲି ଏକାନ୍ତେ

ଅତୀତର ସ୍ମୃତି ନେଇ....

କଥା ଦେଇଥିଲ ............।

ବାସର ଶେଜ ମୋ' ଅସାର ହୋଇଲା

ଫୁଲ ଶୁଖି ହେଲା କଣ୍ଟା,

କେଉଁ ରାଇଜରେ ରହିଲ ଗୋ ପ୍ରିୟ

ଆଉ କି' ପାଇବି ଦେଖା,

କାନେକାନେ ମୋର ଦେଲାକେ ଖବର

ଖୋଜିବାରେ ଲାଭ ନାହିଁ....

କଥା ଦେଇଥିଲ...............।

କହିଥିଲ ପ୍ରିୟ ପହିଲି ଆଷାଢ଼େ

ଫେରି ଆସିବ ମୋ' ପାଶେ,

କାମନାର ନିଆଁ ଧୋଇ ଦେଇଯିବ

ତୁମ ନହୁଲି ପରଶେ,

ଆଷାଢ଼ ସରିଲା , ଶ୍ରାବଣ ସରିଲା

ଶୁଖିଲା ଯୌବନ ନଈ...

କଥା ଦେଇଥିଲ ............. .।


Rate this content
Log in

Similar oriya poem from Romance