Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

3  

Gunanidhi Samal

Tragedy

କଥା ଦେଇଥିଲ

କଥା ଦେଇଥିଲ

1 min
202


କଥା ଦେଇଥିଲ ହାତଧରି ମୋର

ଚାଲିବାକୁ ଦିନେ ବାଟ

ହାତ ଛାଡ଼ିଦେଇ ଚାଲିଗଲ କାହିଁ

ସରିନି ସଂସାର ହାଟ ।


ଏକା ଏକା ମୁହିଁ କେମିତି ଚାଲିବି

ମିଛ ଏଇ ଦୁନିଆଁରେ

ଆହା ପଦେ କେହି କହିବାକୁ ନାହିଁ

ସିନେହ ମମତା ଭରେ ।


ପିନ୍ଧା ପଣତରେ ମୋ ଦେହର ଝାଳ

ପୋଛିବେନି କେହି ଆଉ

କହିବେନି କେହି ସହଳ ଫେରିବ

ବାହାରକୁ ଯାଉ ଯାଉ ।


ତୁମ ବିନା ସାଥୀ କହିବି କେମିତି

କଟୁଛି ମୋ ଦିନରାତି

ନିଦ ବି ତ ମୋତେ ପର କରିଦେଲା

ତୁମେ ହେଲା ପରେ ଇତି ।


Rate this content
Log in

Similar oriya poem from Tragedy