STORYMIRROR

Prasanna kumar sahu

Romance Tragedy

4  

Prasanna kumar sahu

Romance Tragedy

କ୍ଷଣ ଯୌବନ

କ୍ଷଣ ଯୌବନ

1 min
238


କ୍ଷଣିକ ଯୌବନ

ସମସ୍ତଙ୍କ ପାଇଁ

ଚିର ସ୍ଥାୟୀ ନୁହଁ କେବେ,

ଯୌବନ ବେଳରେ

ଗରବ କାହିଁକି

କରିବା ଆମେ ଏ ଭବେ।


ଯୌବନ ଆସିବ

ସଭିଙ୍କ ଜୀବନେ

ପୁଣି ସିଏ ଯିବ ଚାଲି,

ଗରବ କାହିଁକି

କରିବା ଆମେ ରେ

ଯୌବନ ଆସିଛି ବୋଲି?


ରକତ ଗରମ

ରହେ ଏହି କାଳେ

ବିବେକ ଯେ ହାରି ଯାଏ,

ଏହି କାଳେ ଲୋକେ

ଇନ୍ଦ୍ର ଚନ୍ଦ୍ର କିଛି

ଜମାରୁ ମାନି ନଥାଏ।


ଚାଲି ଗଲେ ପୁଣି

ଯଉବନ କାଳ

ମଣିଷ ଶିଥିଳ ହୁଏ,

ଯଉବନ ଥିଲେ

ସେ ଏକା ମଣିଷ

କାହାକୁ ମାନି ନଥାଏ।


ଧର୍ଯ୍ୟ ଆଉ ବଳ

ସବୁଠୁ ଅଧିକ

ଏହି ଯଉବନ କାଳେ,

ଅସାଧ୍ୟ ସାଧନ

ହୋଇ ଯେ ପାରିବ

ଏହି ଯଉବନ ବେଳେ।


ଯୌବନ କାଳକୁ

ଆୟତ୍ତ କରିଲେ

ସୁଫଳ ଅନେକ ମିଳେ,

ଯୌବନ ଯଦି ହେ

ଆୟତ୍ତେ ନଥିଲେ

ଅସୁବିଧା ହୁଏ ବଳେ।


କ୍ଷଣିକ ଯୌବନେ

ନିଜକୁ ସମ୍ଭାଳି

ଭଲ କାମ କରି ଗଲେ,

ସତରେ ବହୁତ

ସଫଳତା ସହ

ସୁନାମ ନିଜକୁ ମିଳେ।


ଶେଫାଳୀ ଆସଇ

ରାତି ଟିକ ପାଇଁ

କିଣି ନିଏ ଆମ ମନ,

ଭଲ କାମ କରି

ଯଉବନ କାଳେ

ଜିତିବା ଆମେ ଭୁବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance